ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଦୁଇ ବଳଦ ମୃତ

65

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖୁଦପେଜ ଗ୍ରାମପଚାଂୟତର ମହୁଳମୁଣ୍ଡା ଗ୍ରାମରେ 64 କେଭି ଟ୍ରାନ୍ସଫର୍ମର ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଗୋଟି ବଳଦଙ୍କ ମୃତ୍ୟୁ ହୋଇଯାଇଛି ।

ସୂଚନା ମତେ, ମହୁଳମୁଣ୍ଡା ଗ୍ରାମର ଶିବ ରଣାଙ୍କର ୨ ଗୋଟି ବଳଦ ସକାଳୁ ଚରିବାକୁ ଗଲା ବେଳେ ଗ୍ରାମର ୬୪ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରରେ ଥିବା ଆରଥିଙ୍ଗରେ ଗୋଡ଼ ଖସି ଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଦୁଇ ଗୋଟି ବଳଦଙ୍କ ମୃତ୍ୟୁ ହୋଇଥିଲା । ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ବାଡ଼ ଦେବାର ବ୍ୟବସ୍ଥା କରିନଥିବାରୁ ବଳଦ ଦ୍ୱୟଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଶିବ ରଣା ଜଣେ ଗରିବ ନାମ ମାତ୍ର ଚାଷୀ ହୋଇଥିବାରୁ ତାଙ୍କୁ ବିଦ୍ୟୁତ ବିଭାଗ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।

Comments are closed.