ବଢିବ ଯୁକ୍ତ ୨ ସିଟ୍

63

-ଅନୁମତି ଦେଲେ ରାଜ୍ୟ ସରକାର
-୭ ଦିନ ମଧ୍ୟରେ ଆବେଦନ କରିପାରିବେ ଆଗ୍ରହୀ କଲେଜ

ଭୁବନେଶ୍ୱର : ବଢିବ ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ୍ । ସିଟ ବୃଦ୍ଧି ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିୟମ ମୁତାବକ ଯେଉଁ କଲେଜ୍ ଚାହିଁବେ ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ସାମ୍ସରେ ଅନ୍ଲାଇନ୍ ଜରିଆରେ ଆବେଦନ କରିପାରିବେ ।

ଉଲ୍ଲେଖ୍ୟଯୋଗ୍ୟ ଯେ ଚଳିତବର୍ଷ ଦଶମ ବୋର୍ଡରେ ରେକର୍ଡ ସଂଖ୍ୟକ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେପଟେ ରାଜ୍ୟର ଯୁକ୍ତ ଦୁଇ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି । ଏଭଳି ସ୍ଥିତିରେ ଆଡମିଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବଳକା ଛାତ୍ରଛାତ୍ରୀ କିପରି ପାଠ ପଢିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଥିଲେ ଯେ ପରବର୍ତୀ ସମୟରେ ସରକାର ଏନେଇ ନିଷ୍ପତି ନେବେ । ଆଜି ସରକାର ଯୁକ୍ତ ଦୁଇ କଲେଜରେ ସିଟ ବୃଦ୍ଧି ନେଇ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.