ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା

65

ପୁରୀ : ଆଜି ମଧ୍ୟାହ୍ନ ଧୂପରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଡ଼ପ ଅବଢ଼ା ବାହାରିଛି । ସକାଳ ଧୂପ ପରେ ମହାପ୍ରଭୁଙ୍କୁ ଖେଚୁଡ଼ି, ଡ଼ାଲମା, ଶାଗ ଓ ଭଜା ଲାଗି ହୋଇଥିଲା । ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡ ଠାରେ ସ୍ୱତନ୍ତ୍ର କାଉଂଟରରୁ ଶ୍ରଦ୍ଧାଳୁ ମାନେ ଏହି ଆଡ଼ପ ଅଭଡ଼ା ନେଉଛନ୍ତି । ଆଡ଼ପ ଅବଢ଼ା ସେବନ କଲେ ଓ ବ୍ରାହ୍ମଣଙ୍କୁ ଭୋଜନ କରାକଲେ ମହାପୂର୍ଣ୍ଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗତକାଲି ସଂନ୍ଧ୍ୟାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ । କୋଭିଡ଼୍ କଟକଣା ଯୋଗୁଁ ଭକ୍ତ ମାନେ ଆଡ଼ପ ଦର୍ଶନରୁ ବଂଚିତ ହୋଇଛନ୍ତି ।

Comments are closed.