ନାବାଳିକା ବିବାହକୁ ବନ୍ଦ କଲା ପ୍ରଶାସନ

61

ସାଲେପୁର : ସାଲେପୁର ଥାନା ତଥା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମରେ ଜଣେ ନାବାଳିକା ଝିଅର ବିବାହ ହେଉଥିବା ସୁଚନା ପାଇ ସାଲେପୁର ପୋଲିସ ଓ ନିଶ୍ଚିନ୍ତକୋଇଲି ସିଡ଼ିପିଓ ମିଳିତ ଭାବେ କୋଲଣପୁର ଗ୍ରାମରେ ପହଞ୍ଚି ବିବାହକୁ ବନ୍ଦ କରିବା ସହିତ ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡିଛି ।

ଖବରରୁ ପ୍ରକାଶ ଯେ, ସାଲେପୁର ବ୍ଲକ ବହୁଗ୍ରମ ପଂଚାୟତ ବିଶ୍ୱନାଥ ପୁର ଗ୍ରାମର ନଟବର ସାମଲଙ୍କ ପୁଅ ଶ୍ରୀକାନ୍ତ ସହ କୋଲଣପୁରର ବାବୁଲି ମଲ୍ଲିକଙ୍କ ନାବାଳିକା ଝିଅ ସହ ବିବାହ ହୋଇଥାନ୍ତା । ନିଶ୍ଚିନ୍ତକୋଇଲି ସିଡିପିଓ ଲୀଳାବତୀ ସେଠୀ ଓ କୋଲଣପୁର ସରପଞ୍ଚଙ୍କ ପ୍ରତିନିଧି ଯଚିନ୍ଦ୍ର ନାଥ ଜେନାଙ୍କ ଉଦ୍ୟମରେ ଏହାକୁ ବନ୍ଦ କରା ଯାଇ ଥିବା ବେଳେ, ବହୁଗ୍ରମ ସରପଞ୍ଚ ମିଲି ବୋଷ ମଧ୍ୟ ପୁଅ ପକ୍ଷକୁ ବିବାହ ବନ୍ଦ ପାଇଁ ତାଗିଦ କରିଥିବା ଏଠାରେ ପ୍ରକାଶ କରିଛନ୍ତି । ଏଠାରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି ।

Comments are closed.