ରାୟଗଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା ପୁର୍ଣ ମାତ୍ରାରେ ସଫଳ

52

ରାୟଗଡା : କେନ୍ଦ୍ର ସରକାରଙ୍କ ଅହେତୁକ ତୈଳ ଓ ଅନ୍ୟନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦର ବୃଦ୍ଧିକୁ ବିରୋଧ କରି ଆଜି ଓଡିଶା ବନ୍ଦ ଡାକରା ଦେଇଛନ୍ତି ସି ପି ଆ ଇ ଏମ ଦଳ । ସାରା ଓଡ଼ିଶାରେ ଆଜିର ୧୨ ଘଣ୍ଟିଆ ବନ୍ଦ ଡାକରା ରାଜ୍ୟର କୋଣ ଅନୁକୋଣରେ ଦେଖିବକୁ ମିଳିଛି । ଆଜି ସେହି ବନ୍ଦ ଡକରା ରାୟଗଡା ଜିଲ୍ଲାରେ ପୁର୍ଣ ସଫଳତା ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ସି ପି ଆ ଇ ଏମ ଦଳ ଜିଲ୍ଲା ଯୁବ ଆବାହକ ଶ୍ରୀ ଦୋରା କଣ୍ଡଗିରିଙ୍କ ସଗାଯୋଗରେ ସି ପି ଆ ଇ ଏମ ଦଳ ଅନେକ ସମର୍ଥକଙ୍କ ସହଯୋଗରେ ରାୟଗଡା ଜିଲ୍ଲାର ବିଭିନ ବ୍ଲକ ଓ ରାୟଗଡା ସହରର ମୁଖ୍ୟ ରାସ୍ତା କପିଳାସ ଛକରେ ୧୨ ଘଣ୍ଟିଆ ରାସ୍ତା ରୋକ କରି କେନ୍ଦ୍ର ସରକାରଙ୍କ ନିରୀହ ଗରିବ ଓ ଖଟିଖିଆଙ୍କୁ ମାରଣ ନୀତି ଅବଲମ୍ବନ କରି ତୈଳ, ଗ୍ୟାସ ଓ ଖାଉଟି ସାମଗ୍ରୀର ଦର ଦିନକୁ ଦିନ ବଢିଇବାରେ ଲାଗିଛି ।

ଆଜିର ଦର ଯେଉଁ ସୀମାରେ ପହଞ୍ଚିଲାଣି ତାହା ଜନସାଧରଣ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ । ଗୋଟିଏ ପଟେ କୋରୋନା ମହାମାରୀରେ ରୋଜଗାର ବନ୍ଦ, ଆଦାୟ ଶୂନ, କାମଧନ୍ଦା ପୁରାପୁରି ଠାପ, ସେପଟେ ଦର ବୃଦ୍ଧି ହୋଇ ଚାଲିଛି । ନିରୀହ ଜନତାଙ୍କ ପାଇଁ ବଂଚିବା କଷ୍ଟ ସାଧ୍ୟ ହୋଇ ପଡ଼ିଲାଣି । ଏହାକୁ ବିରୋଧ କରି ଆଜି ସି ପି ଆ ଇ, ଆମ ଆଦମୀ ପାର୍ଟି, କଂଗ୍ରେସ ସମସ୍ତ ଦଳ ଏକ ହୋଇ ଏହି ବନ୍ଦ ଡାକରାରେ ସାମିଲ ହୋଇ ୧୨ ଘଣ୍ଟିଆ ବନ୍ଦକୁ ସଫଳ କରି କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଥିବା ଦେଖିବାକୁ ମିଲିଛି । ଆଜି ରାୟଗଡା କପିଳାସ ଛକ ଦୁଇ ପାର୍ଶ୍ଵ ରାସ୍ତାରେ ଗୋଟିଏ ପଟେ ସି ପି ଆ ଇ ର ଜିଲ୍ଲା ମୁଖ୍ୟ ଶ୍ରୀ ଦୋରା କଣ୍ଡଗିରି ଓ ତାଙ୍କ ସମର୍ଥକ ଓ ଅନ୍ୟ ରାସ୍ତା ପାର୍ଶ୍ଵରେ ଆମ ଆଦମୀ ଦଳର ରାୟଗଡା ଜିଲ୍ଲା ଆବାହକ ଶ୍ରୀ ଜନ୍ମଞ୍ଜୟ ସ୍ବାଇଁ ଓ ନେତୃତ୍ୱରେ ତାଙ୍କ ସମର୍ଥକ ରାସ୍ତା ରୋକ କରିବା ସହ କେନ୍ଦ୍ର ସରକାର ତଥା ମୋଦି ସରକାରକୁ ବିରୋଧ କରୁଥିବା ଓ ବିରୋଧୀ ସ୍ଲୋଗାନ ଦେଇ କେନ୍ଦ୍ର ସରକାରଙ୍କ ନିନ୍ଦା ପ୍ରକଟ କରି ହାୟ ହାୟ କରୁଥିବା ଦେଖିବାକୁ ମିଳିଛି । ଏହି ମିଳିତ ବନ୍ଦ ଡାକରାକୁ ଜିଲ୍ଲାବାସୀ ସ୍ୱାଗତ ଓ ସହଯୋଗର ହାତ ବଢ଼ାଇ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସାଫଲ୍ୟ ମଣ୍ଡିତ କରିଥିବା ଦେଖିବକୁ ମିଳିଛି ।

Comments are closed.