ଅଲ ଓଡ଼ିଶା ମହିଳା ଅଙ୍ଗନୱାଡ଼ି ସଙ୍ଘ ଟିଟିଲାଗଡ଼ ଶାଖା ତରଫରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକ ଜରୁରି ବୈଠକ ଅନୁଷ୍ଠିତ

51

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ ଅଙ୍ଗନୱାଡ଼ି ସଙ୍ଘର ସଭାପତି ଆରାଧନା ମିଶ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଟିଟିଲାଗଡ଼ ବ୍ଲକ ଏବଂ ପୌରପରିଷଦ ଅଞ୍ଚଳର ସମସ୍ତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ତରଫରୁ ଯେତେ ଟଙ୍କା ହିତାଧିକାରୀଙ୍କ ପାଇଁ ଆସେ ସେତିକି ଟଙ୍କାରେ ଜିନିଷ କିଣି ହିତାଧିକାରୀଙ୍କ ଘରକୁ ଯାଇ ସାମଗ୍ରୀ ବଣ୍ଟନ କରିଥାନ୍ତି । କରୋନା ଯୋଗୁଁ ରନ୍ଧା ଖାଦ୍ୟଜାଗାରେ ଜିନିଷ ଯୋଗାଇ ଦେଉଛନ୍ତି । ଏବେ ଅହେତୁକ ଦର ଦାମ ବୃଦ୍ଧି ହୋଇଥିବା ବେଳେ ସେତିକି ଟଙ୍କାରେ ପୂର୍ବ ଅନୁସାରେ ସେତିକି ପରିମାଣର ଜିନିଷ ଯୋଗାଇବା ଆମ ପକ୍ଷରେ ସମ୍ଭବ ହେଉନାହିଁ । ଯାହାଦ୍ୱାରା ହିତାଧୀକାରୀ ଆମ ମାନଙ୍କୁ ଜିନିଷ ନ ଦେଉଥିବା ଅଭିଯୋଗ ଆମ ଉପରିସ୍ଥ ଅଧିକାରି (ସିଡ଼ିପିଓ)ଙ୍କୁ ଅଭିଯୋଗ କରୁଛନ୍ତି । ସିଡିପିଓ ସବୁ ଜାଣି ମଧ୍ୟ ଆମକୁ ସହଯୋଗ କରୁ ନ ଥିବା ବଡ ଦୁର୍ଭାଗ୍ୟ ବୋଲି ସଭାପତି ଆରାଧନା ମିଶ୍ର ଅଭିଯୋଗ କରିଛନ୍ତି ।

ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଯଦି ହିତାଧିକାରୀଙ୍କ ପାଇଁ ବୃଦ୍ଧି ହୋଇଥିବା ଜିନିଷର ମୂଲ୍ୟ ଅଧିକ କରି ନ ପଠାଇବେ ଅଙ୍ଗନୱାଡ଼ି କର୍ମି କେଉଁଠୁ ଆଣିକି ଦେବେ ? ଦିନକୁ ଦିନ ଲୋକଙ୍କ ମନରେ ଅଙ୍ଗନୱାଡ଼ି କର୍ମୀ ହିତାଧିକାରୀଙ୍କ ଆକ୍ରୋଶର ଶିକାର ହେଉଥିବା ବେଳେ ସେମାନଙ୍କ ଦୋଷ କଣ ? ଦିନକୁ ଦିନ ଅଙ୍ଗନୱାଡ଼ି କର୍ମୀଙ୍କ ବିରୁଦ୍ଧରେ ଅଭିଯୋଗ ହେଉଥିବା ବେଳେ ସେମାନେ ନିରୁପାୟ । ସରକାରଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସରକାର ଏବଂ ମହିଳା ଶିଶୁବିକାଶମନ୍ତ୍ରୀଙ୍କୁ ସମାଧାନର ବାଟ ଫିଟାଇବାକୁ ଗୁହାରି କରିଛନ୍ତି ।

Comments are closed.