ସରକାରୀ ବାବୁ ମାନଙ୍କୁ ଆରଏସପି ବାସଗୃହ ,ଅତିଥି ଭବନ ମୋହ ଛାଡୁନି, ପ୍ରଦୁଷଣ ରୋକିବ କିଏ ?

57

-ଫିଲ୍ଡ ଆସିଷ୍ଟାଂଟ କବଳରେ ଅଫିସର ଘର
-୫ ବର୍ଷ ହେଲା ବଦଳି ହେଲାଣି କିନ୍ତୁ ଘର ଖାଲି ହେଉନି

ରାଉରକେଲା : ରାଉରକେଲା ସହରରେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରବୋର୍ଡ ବିଭାଗର ନିଯୁକ୍ତ ହୋଇଥିବା ଅଧିକାରୀମାନଙ୍କୁ ଆରଏସପି ବାସଗୃହ ଓ ଅତିଥିଭବନ ମୋହ ଲାଗି ରହୁଛି, ବର୍ଷ ବର୍ଷ ଧରି ରାଉରକେଲାରୁ ବଦଳି ହେବା ସତ୍ୱେ ଘର ସେମିତି ରହିଛି ବାବୁ ମାନଙ୍କ ପରିବାର ରହୁଛନ୍ତି । ଆରଏସପି ବିଜୁଳି ପାଣି କାଟିବାର ତାଗିଦ୍ ପରେ ମଧ୍ୟ ବାବୁ ମାନେ ନିଜର କ୍ଷମତା ଦେଖାଇ ସେହି ଘର ଗୁଡିକୁ ରଖିଛନ୍ତି, ସେପଟେ ଖୋଦ ବିଭାଗର ରାଉରକେଲା ବାବୁ ଅତିଥି ଭବନରେ ବର୍ଷେ ହେଲା ରହୁଛନ୍ତି । ଏହାକୁ ଦେଖି ଜଣେ ଫିଲ୍ଡ ଆସିଷ୍ଟାଂଟ ମଧ୍ୟ ଅଫିସରଙ୍କ ଲାଗି ଥିବା ଘର ମାଡି ବସିବା ଚର୍ଚ୍ଚାର ବିଷୟ ହୋଇଛି, ଯଦି ଏହି ବାବୁ ମାନଙ୍କର ଏହିଭଳି ଆରଏସପି ଘର ଓ ଅତଥିଭବନ ଉପରେ ଲୋଭ ରହେ ତେବେ ସେମାନେ ଓ ସେ ବିଭାଗ ଏଠାରେ ପ୍ରଦୁଷଣ ରୋକିବାରେ କିଭଳି କାମ କରିପାରିବେ ବୋଲି ପ୍ରଶ୍ନ ହୋଇଛି ।

ରାଉରକେଲାରେ ଥିବା ଏହି ବିଭାଗ ସେକ୍ଟର -୫ ଠାରେ ଆରଏସପି ଦେଇଥିବା ଏକ ଘରେ ଚାଲିଛି । ଏହା ଛଡା ଏଠାରେ କାମ କରିବା ଲାଗି ଆସୁଥିବା ଅଫିସର ଓ କର୍ମଚାରୀ ମାନଙ୍କୁ ମଧ୍ୟ ଛୋଟ ବଡ ଘର ଆରଏସପି ଦେଇଛି, ହେଲେ ଏଠାରେ ଥିବା ପୂର୍ବତନ ଆଂଚଳିକ ଅଧିକାରୀ ନିରଂଜନ ମଲ୍ଲିକ ଜିବା ପର ଠାରୁ ବାସ ଗୃହ ଓ ଅତିଥିଭବନ ପ୍ରେମ ଅଧିକାରୀ ମାନଙ୍କୁ ଘାରିଥିବା ଦେଖା ଯାଇଛି । ବର୍ତମାନର ଅଧିକାରୀ ଆରଏସପିର ହିଲଭ୍ୟୁ ଅତିଥି ଭବନରେ ରହି ଖାଉଥିବା ବେଳେ,ଏହାର ମୁଳଦୁଆ ପଡିଛି ତତକାଳୀନ ଆଂଚଳିକ ଅଧିକାରୀ ତଥା ବର୍ତମାନର ଲୋଇସିଂହା ବିଧାୟକ ମୁକେଶ ମହାଲିଂଗଙ୍କ ଠାରୁ ବୋଲି ଜଣା ପଡିଛି । ୩ ବର୍ଷ ତଳେ ଶ୍ରୀ ମହାଲିଂଗ ଏଠାରେ ଆଂଚଳିକ ଅଧିକାରୀ ଥିଲେ, ସେ ଆରଏସପି ଦ୍ୱାରା ଦିଆଯାଇଥିବା ବାସଗୃହରେ ନରହି ଏହି ଅତିଥି ଭବନରେ ୨ ବର୍ଷ କାଳ ସମୟ କାଟି ବଦଳି ହେଲେ । ପରେ ଆସିଲେ ହେମେନ୍ଦ୍ର ନାୟକ ସେ ଆଂଚଳିକ ଅଧିକାରୀଙ୍କ ଲାଗି ଥିବା ଘରକୁ ପସନ୍ଦ ନକରି ସେକ୍ଟର-୨୦ ଠାରେ ୩ ବିୟର ବାସଗୃହ ନେଲେ । ସେଠାରେ ସେ ରହି ନିଜର ୨/୩ ବର୍ଷ ସମୟ ବିତାଇବା ପରେ ବର୍ତମାନ ଥିବା ଅଧିକାରୀ ରାଉରକେଲାକୁ ଆସିଲେ । ସେ ଆସିବା ଦିନ ଠାରୁ ଆଜିଯାଏ ପୂର୍ବତନ ଅଧିକାରୀ ଓ ବର୍ତମାନର ଝାରସୁଗୁଡା ଆର ଓ ହେମେନ୍ଦ୍ର ବାବୁ ସେହି ଘର ନଛାଡି ନିଜ ପିଲାଙ୍କୁ ରଖିଥିବାରୁ , ବର୍ତମାନର ଅଧିକାରୀ ହିଲଭ୍ୟୁ ଅତିଥି ଭବନକୁ ଭରଷା କରି ଏକ ବର୍ଷ ହେଲା ସେଠାରେ ରହୁଥିବା ଜଣାପଡିଛି ।

ଠିକ ସେହିଭଳି ଆରଏସପି ଦେଇଥିବା ଏକ ଅଫିସରମାନଙ୍କ ଲାଗି ଘରକୁ ଏହି ଅଫିସରେ ଫିଲ୍ଡ ଆସିଷ୍ଟାଂଟ ମନୋଜ ନାୟକ (ନିୟମିତ ଚାକିରୀ ନୁହେଁ) ମାଡି ବସି ରହୁଥିବା ବେଳେ ଦୁଇ ଜଣ ଅନ୍ୟ ଅଫିସର ଏଠାରୁ ୪ ରୁ ୫ ବର୍ଷ ହେଲା ବଦଳି ହୋଇ ସାରିଥିଲେ ମଧ୍ୟ ସେ ସମୟରେ ରହୁଥିବା ଘର ଗୁଡିକୁ ଛାଡୁନଥିବା ଜଣାପଡିଛି । ସେମାନେ ହେଲେ, ରମେଶ ଏକ୍କା । ୪ରୁ ୫ବର୍ଷ ହେଲା ସେକ୍ଟର ୧୬ ଘରକୁ ଏଯାଏ ଛାଡି ନାହାନ୍ତି । ଅନ୍ୟ ଜଣେ ହେଲେ ରଶ୍ମି ପ୍ରଧାନ ସେ ୪ ବର୍ଷ ତଳେ ରହୁଥିବା ସେକ୍ଟର ୧ ଆରଏସପି ବାଗୃହକୁ ଏଯାଏ ଛାଡି ନଥିବା ଖବର ମିଳିଛି । ବର୍ତମାନ ପ୍ରଶ୍ନ ଉଠୁଛି, ଯଦି ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଂଚଳିକ ଅଧିକାରୀ ଆରଏସପିର ଅତିଥିଭବନରେ ବର୍ଷ ବର୍ଷ କାଳ ରହିବେ ପୁଣି ଆଉ ଏକ ବର୍ଷ ଲାଗି ଅନୁରୋଧ କରିବେ ଅନ୍ୟ ଅଧିକାରୀ ,କର୍ମଚାରୀ ମାନଙ୍କର ଏଭଳି ମୋହ ରହିବ, ତେବେ ଏମାନେ ଏଠାରେ ଆରଏସପି କରୁଥିବା ବାୟୁ ,ଜଳ ଓ ଗ୍ୟାସ ପ୍ରଦୁଷଣକୁ ରୋକିବାରେ ସକ୍ଷମ ହେବେ କେମିତି ? ଖାଲି ସେତିକି ନେହେଁ ନିକଟ ଅତିତରେ ହୋଇଥିବା ଗ୍ୟାସ୍ ଲିକ୍ ମାମଲାରେ ଗ୍ରିନ ଟ୍ରିବ୍ୟୁନାଲ ତରଫରୁ ହୋଇଥିବା ତଦନ୍ତକାରୀ ଦଳ ମଧ୍ୟରେ ସେହି ଅଧିକାରୀ ମଧ୍ୟ ଅଛନ୍ତି । ସେ ଏହି ତଦନ୍ତରେ କଣ ସହଯୋଗ କରିବେ ତାହା ମଧ୍ୟ ଆଉ ଏକ ପ୍ରଶ୍ନ ବୁଦ୍ଧିଜୀବି ମହଲରେ ସୃଷ୍ଟି ହେଲାଣି ।

ସେହିଭଳି ଏଠାରେ ବର୍ଷ ବର୍ଷ ଧରି ବଦଳି ହୋଇଥିବା ଅଧିକାରୀ ଆରଏସପି ଘରଗୁଡିକୁ ନଛାଡିବା, ଘର ଭଡା, ବିଜୁଳି ପାଣି ଭଡା ନଦିଆଜିବା ଆଦି ମାମଲାରେ ଏହି ବିଭାଗ ଯଦି ନୀରବ ରହୁଛି ତେଣୁ ବିଭାଗର ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା । ଅନ୍ୟପକ୍ଷରେ ଯଦି ଆରଏସପି ଦେଇଥିବା ଅଧିକାରୀଙ୍କ ବାସଗୃହ ଅନ୍ୟ ଜଣେ ବାବୁ ଦଖଲ କରିଛନ୍ତି ତେବେ ରାଉରକେଲା ସହରରେ ଘରର ଅଭାବ ଥିଲାକି ? ଏଠାରେ ଅନେକ ବଡ ବଡ ଅଧିକାରୀ ଭଡା ଘରେ ମଧ୍ୟ ରହୁଛନ୍ତି , ତେବେ ବର୍ତମାନର ଆଂଚଳିକ ଅଧିକାରିଙ୍କୁ ଘର ଭଡା ନେବାରେ ଅସୁବିଧା କେଉଁଠି ରହିଲା ବୋଲି ପ୍ରଶ୍ନ ହେଉଛି । ସେହିଭଳି ପୂର୍ବତନ ଆର ଓ ମୁକେଶ ମହାଲିଂଗ ଫିଲ୍ଡ ଆସିଷ୍ଟାଂଟ ମନୋଜକୁ ଦେଇଯାଇଥିବା ଅଫିସର ମାନଙ୍କ ଘରକୁ ଏଯାଏ ଖାଲି ନକରାଯାଇ ମନୋଜଙ୍କୁ କିଏ ଆର୍ଶିବାଦ କରିଛି ଓ ସେ ବାବୁଙ୍କ ସମେତ ଆଉ ଜଣଙ୍କୁ ବିଭିନ୍ନ କାମରେ କିଏ ମଧ୍ୟସ୍ତି କରିଛି ତାହା ତଦନ୍ତ ସାପେକ୍ଷ । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ଅଧିକାରୀ ଆସି ରାଉରକେଲା ହାଉସରେ ରହି ଆରଏସପିର ଅତିଥି ହୁଅନ୍ତି । ପୁଲିସି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ମଧ୍ୟ ଆରଏସପି ବାସଗୃହ ଆଦି ଯୋଗାଇଛି, ଯଦି ସେହି ଫରମୁଲାରେ ଏହି ବିଭାଗର ବାବୁ ମାନେ ସରକାରୀକା ମାଲ ଦରିଆମେଁ ଡାଲ ନୀତି ଅବଲମ୍ବନ କରି ଚାଲିଥିବେ ତେବେ ରାଉରକେଲା ଇସ୍ପାତ କାରଖାନାର ପ୍ରଦୁଷଣ ନିୟନ୍ତ୍ରଣ ହେବ କେମିତି ଓ ଏଭଳି ପ୍ରଶାସନିକ ସେବା ଥିବା ବିଭାଗ ଜିଲ୍ଲାରେ ଖଣି ଠାରୁ ଆରମ୍ଭ କରି ବିଭିନ୍ନ କଳକାରଖାନା କରୁଥିବା ପ୍ରଦୁଷଣକୁ ରୋକିବେ କେମିତି ଏଥିରୁ ପରିବେଶ ସୁରକ୍ଷା ହେବ କିଭଳି ତାହା ରାଜ୍ୟ ସରକାରଙ୍କ ୫-ଟି ସଚିବ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Comments are closed.