ମାଲବାହୀ ଟ୍ରେନ୍ ର ୪ ବଗି ଲାଇନଚ୍ୟୁତ

66

ପାରାଦୀପ : ଗତକାଲି ବିଳମ୍ବିତ ରାତ୍ରୀରେ ମାଲବାହୀ ଟ୍ରେନ୍ ର ୪ଟି ବଗି ଲାଇନଚ୍ୟୁତ ହୋଇଛି । ପାରାଦୀପ ପିପିଏଲ୍ ମୁଖ୍ୟ ଫାଟକ ସମ୍ମୁଖରେ ବଗି ଲାଇନଚ୍ୟୁତ ହୋଇଛି । ପିପିଏଲ୍ ସାରକାରଖାନା ମଧ୍ୟରୁ ଜିପସମ୍ ନେବାକୁ ଆସୁଥିବାବେଳେ ଟ୍ରେନ୍ ର ଶେଷ ଆଡକୁ ଥିବା ୪ଟି ଖାଲିବଗି ଲାଇନ୍ ରୁ ବାହାରି ଯାଇଥିଲା । ଫଳରେ ପିପିଏଲ କାରଖାନା ଭିତର ଓ ବାହାରକୁ ଯିବା ଆସିବା ବନ୍ଦ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଟ୍ରେନଟି ପିପିଏଲ କାରଖାନାରୁ ଜିପସମ ନେବାକୁ ଆସୁଥିବା ବେଳେ ଫାଟକ ନିକଟରେ ଏହାର ୪ ଟି ବଗି ଲାଇନଚ୍ୟୁତ ହୋଇଥିଲା । ଟ୍ରେନ ଲାଇନରୁ ବଗି ଛିଟିକି ବାହାରି ଯାଇଥିଲା । ତେବେ ଏଥିରେ କାହାରି କୈାଣସି କ୍ଷତି ହୋଇ ନଥିବା ବେଳେ , ମେସିନ୍ ସାହାଯ୍ୟରେ ବଗିକୁ ଲାଇନ ଉପରକୁ ନେବାକୁ ଚେଷ୍ଟା ଜାରି ରହିଛି। ତେବେ ଲାଇନଚ୍ୟୁତର କାରଣ ସ୍ପଷ୍ଟ ଜଣାପଡି ନାହିଁ, ଲାଇନ ଉପରେ ଗୋଡ଼ି ପଡ଼ିଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ଏହାସତ୍ବେ ଇଞ୍ଜିନ୍ ସହ ଅନ୍ୟ ବଗି ଗୁଡିକ ଗନ୍ତବ୍ୟସ୍ଥଳକୁ ଯାଇଛି । ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାର କାରଣ ସଂପର୍କରେ ଅନୁଧ୍ୟାନ କରିବା ସହ ଲାଇନଚ୍ୟୁତ ବଗି ଗୁଡିକୁ ଉଠାଇବା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହା ପିିଏଲ୍ ର ନିଜସ୍ବ ରେଳଲାଇନ୍ ହୋଇଥିବାରୁ ଅନ୍ୟ ଟ୍ରେନ୍ ଗୁଡିକ ଯାତାୟତରେ କୌଣସି ବାଧା ସୃଷ୍ଟି ହୋଇନାହିଁ ବୋଲି ପାରାଦୀପ ରେଳବାଇ ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ କହିଛନ୍ତି ।

Comments are closed.