ଜଳୁନି ଷ୍ଟ୍ରିଟ୍ ଲାଇଟ, ମରାମତି ଦାବି

55

ଧର୍ମଶାଳା : ଯାଜପୁର ଜିଲା ବଡଚଣା ବ୍ଳକ ଶାଳପଡା ପଂଚାୟତ ତିଳପଦା ଗ୍ରାମରେ ଷ୍ଟ୍ରିଟ୍ ଲାଇଟ ଅଚଳ ହୋଇପଡିଛି । ଫଳରେ ରାତିରେ ଲୋକେ ଯାତାୟତରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏବଂ ରାତିରେ ଅଂଚଳରେ ଚୋରି ହେବାର ଆଶଙ୍କା ମଧ୍ୟ ରହିଛି । ପଂଚାୟତ ପକ୍ଷରୁ ଲାଗିଥିବା ଏହି ଲାଇଟ୍ ସ୍ଥାୟୀ ରକ୍ଷଣାବେକ୍ଷଣ ଅଭାବରୁ ଏହା ଅଚଳ ହୋଇପଡିଛି । ଏ ନେଇ ଗ୍ରାମବାସୀ ପଂଚାୟତ ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ତେଣୁ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.