ବାଲ୍ୟ ବିବାହକୁ ରୋକିଲା ହରିଚନ୍ଦନପୁର ବ୍ଲକ ପ୍ରଶାସନ

??
61

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ହରିଡ଼ାଗୋଠ ଗ୍ରାମ ବାଙ୍କ ସାହିରେ ଶୁକ୍ରବାର ୧୬ ବର୍ଷୀୟ ନାବାଳିକାର ବିବାହକୁ ରୋକିଛି ବ୍ଲକ ପ୍ରଶାସନ । ହରିଚନ୍ଦନପୁର ସିଡ଼ିପିଓ ପ୍ରବୀଣା ନାଏକଙ୍କ ନେତୃତ୍ୱରେ ଏବିଡ଼ିଓ ବିପ୍ରଚରଣ ପ୍ରଧାନ, ସମ୍ପ୍ରସାରଣ ଅଧିକାରୀ ରାକେଶ ରଞ୍ଜନ ଦାସ, ସରପଞ୍ଚ ଲକ୍ଷ୍ମୀଧର ମାଝୀ, ସମିତି ସଭ୍ୟ ଅମ୍ବିକା ପ୍ରସାଦ ସାହୁ, ଅଙ୍ଗନୱାଡ଼ି କର୍ମୀ କମଳା ଟୁଡୁଙ୍କ ସମେତ, ଆସ୍ପାୟାର ସ୍ଵେଚ୍ଛାସେବୀ କର୍ମୀ ଗଦାଧର ମହାନ୍ତ, ପ୍ରସନ୍ନ ବେହେରା ସହିତ ହରିଚନ୍ଦନପୁର ପୋଲିସ ସହାୟତା କ୍ରମେ ବାଲ୍ୟ ବିବାହ ରୋକିବା ସମ୍ଭବ ହୋଇଛି ।

ସୂଚନା ଅନୁଯାୟୀ, ନାବାଳିକା ଜଣକ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ହୋଇଥିବା ବେଳେ ପୁଅ ହରିଚନ୍ଦନପୁର ଅଞ୍ଚଳର, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ଆଜି ହରିଚନ୍ଦନପୁର ବାଙ୍କ ସାହିରେ ବିବାହ ଉତ୍ସବ ଆରମ୍ଭ ହୋଇଥିଲା । ସୁକିନ୍ଦାରୁ ଆସି ପୁଅ ଘରର ଲୋକେ ଝିଅ ଘରେ ବନ୍ଧୁବାନ୍ଧବ ସହ ପହଞ୍ଚି ଥିଲେ । ଭୋଜିର ଆସର ଜମିଥିଲା, ଠିକ୍ ଏହି ସମୟରେ ବ୍ଲକ ପ୍ରଶାସନ ପହଞ୍ଚି ଏହି ବିବାହକୁ ବେଆଇନ ଘୋଷଣା କରିଥିଲେ । ନାବାଳିକା ଝିଅ ଓ ପୁଅର ପିତାମାତାଙ୍କୁ ବାଲ୍ୟ ବିବାହର କୁପରିଣାମ ଓ ଆଇନ୍ ସଂପର୍କରେ ଅବଗତ କରାଯାଇଥିଲା । ପରେ ନାବାଳିକା ଓ ପୁଅ ପିତାମାତାଙ୍କ ସହମତି କ୍ରମେ ଉଭୟ ପକ୍ଷରୁ ଲିଖିତ ଚୁକ୍ତିନାମା ଦେଇ ନିଜ ନିଜ ଘରକୁ ଫେରି ଯାଇଥିଲେ ।

Comments are closed.