ନିଆଁରେ ପୋଡି ନବବଧୁକୁ ହତ୍ୟା ଅଭିଯୋଗ

68

ସାଲେପୁର : ସାଲେପୁର ଥାନା ରାଇସୁଙ୍ଗୁଡା କୁମ୍ଭାର ସାହି ଗ୍ରାମରେ ଯୌତୁକ ଜନିତ ପାରିବାରିକ କଳହରୁ ପାଞ୍ଚଦିନ ତଳେ ପୋଡି ହୋଇ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ନବବଧୂର ଗତ କାଲି ମୃତ୍ୟୁ ହୋଇଯାଇଛି । ନବବଧୁଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ଶାଶୂଘର ଲୋକଙ୍କ ନାମରେ ହତ୍ୟା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ରାଇସୁଙ୍ଗୁଡା ଗ୍ରାମର ସ୍ୱର୍ଗତ ରସାନନ୍ଦ ବେହେରାଙ୍କ ପୁଅ ଅଜୟ ବେହେରା ୩ ମାସ ତଳେ ଵାରଙ୍ଗ ଥାନା ଫୁଲ ପୋଖରୀ ଅଞ୍ଚଳର ସସ୍ମିତା ବେହେରାଙ୍କୁ ବିବାହ କରି ଥିଲେ । ଗତ ୧୨ ତାରିଖ ଦିନ ସସ୍ମିତାକୁ ଗାଧୁଆ ଘରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରି କଟକ ମେଡ଼ିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ ହେବା ପରେ ସସ୍ମିତାଙ୍କ ପରିବାର ପକ୍ଷରୁ ଗତ କାଲି ରାତିରେ ସାଲେପୁର ଥାନାରେ ଶାଶୂଘର ଲୋକଙ୍କ ନାମରେ କିରୋସିନ ଢାଳି ନିଆଁ ଲଗାଇ ମାରିଦେଇ ଥିବା ଅଭିଯୋଗ କରିଛନ୍ତି । ଏତଲାକୁ ଭିତ୍ତି କରି ସାଲେପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.