ଟିଟିଲାଗଡ଼ ନାଗରିକମଞ୍ଚ ତରଫରୁ ଅମର ସିଂ ଜୈନ (ଯୁଗା) ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

56

ଟିଟିଲାଗଡ଼ : ଟିଟିଲାଗଡ଼ ନାଗରିକମଞ୍ଚର ସଭାପତି ଶ୍ରୀ ରାଧାକାନ୍ତ ପାଢୀଙ୍କ ସଭାପତିତ୍ବରେ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳାରେ ଏକ ବିଶିଷ୍ଟ ସମାଜସେବୀ ଶ୍ରୀ ଅମର ସିଂ ଜୈନଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଅମର ସିଂ ଜୈନ ତଥା ଜୁଗା ଭାଇ ନାମରେ ପରିଚିତ ଟିଟିଲାଗଡର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଯିଏ କି ସବୁ ବର୍ଗର ଲୋକଙ୍କ ସହ ମିଳାମିଶା ତଥା ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ବିଭିନ୍ନ କାର୍ଯ୍ୟରେ ଯୋଗଦେଉଥିଲେ । ହସଭରା ମୁଁହରେ ସବୁ କାର୍ଯ୍ୟ କରିଦେଉଥିଲେ । ସେ ପୁର୍ବରୁ ଟିଟିଲାଗଡ଼ ବଣିକ ସଂଘର ସଭାପତି । ମହାବୀର ପଞ୍ଚାୟତ ଧର୍ମଶାଳାର ସଭାପତି, ଜୈନ ସଭାର ମୁଖ୍ୟ ଦାୟିତ୍ୱ ମଧ୍ଯ ତୁଲାଇଥିଲେ। ସମସ୍ତ ସାମୁହିକ କାର୍ଯ୍ୟରେ ସେ ଆଗରେ ଛିଡା ହୋଇ ସହଯୋଗର ହାତ ମଧ୍ୟ ବଢ଼ାଉଥିଲେ ।

ଜଣେ ବିଶିଷ୍ଟ ସମାଜସେବୀକୁ ଟିଟିଲାଗଡ ବାସି ହରାଇଲେ ବୋଲି ନାଗରିକ ମଞ୍ଚ ସଭାପତି ଶ୍ରୀ ରାଧାକାନ୍ତ ପାଢ଼ୀ କହିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂ।ଘଠାନିକ ସମ୍ପାଦକ ମନୋଜ କୁମାର ହାତୀ, ସାଧାରଣ ସମ୍ପାଦକ ମୋହନ ଲାଲ ଜୈନ, ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ମହାପାତ୍ର, ଦେବାନନ୍ଦ ସାହୁ, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ଅଞ୍ଜଳି ବେହେରା, ଲିଙ୍ଗରାଜ ସାହୁ, ପ୍ରକାଶ ଗୋୟଲ, ପଙ୍କଜ ପାଢ଼ୀ, ସତ୍ୟନାରାୟଣ ଗୁପ୍ତା, ଚିନ୍ତାମଣି ମହାପାତ୍ର, ବିଜୟ ଅଗସ୍ତି , ଜଗନ୍ନାଥ ପଣ୍ଡା, ରମ।ନାଥ ଖମାରୀ, ଦୀପକ ସମ୍ମାଦ୍ଦ।ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.