ଛତିଶଗଡ ଓଡିଶା ସୀମାନ୍ତରେ ମାଓବାଦୀ ଉପସ୍ଥିତ ଜାହିର, ପର୍ଶୁରାମ ଭୁଞ୍ଜିଆଙ୍କୁ ହତ୍ୟା ଭୟରେ ସ୍ଥାନୀୟ ବାସିନ୍ଦା

42

ନୂଆପଡ଼ା : ନୂଆପଡା ଜିଲ୍ଲା ସୀମାକୁ ଲାଗି ରହିଖିବା ଛତିଶଗଡ଼ ରାଜ୍ୟର ମେନପୁର୍ ଥାନା ଅଞ୍ଚଳରେ ମାଓବାଦୀମାନେ ପୁଣି ଉପସ୍ଥିତି ଯାହିର କରିଛନ୍ତି । ମାଓବାଦୀ ମାନେ ଅମାମୋରା ଗ୍ରାମର ପର୍ଶୁରାମ ଭୁଂଜିଆ (୩୫) ବୟସ ନାମକ ଯୁବକ ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଗତ ୧୬ ତାରିଖ ଦିନ ଯୁବକ ଜଣକ ନିଜ ଜମିକୁ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ । ପରେ ଯୁବକ ଜଣକ ଦାନ୍ତ ଘସି ଗାଧୋଇବା ପାଇଁ ନିକଟସ୍ଥ ବାଜିମୁଣ୍ତା ନାଲା କୁ ଯାଇଥିବା ବେଲେ ସେଠାରୁ ମାଓବାଦୀ ମାନେ ଅପହରଣ କରି ନେଇ ଠେଙ୍ଗାରେ ନିର୍ମମ୍ ଭାବେ ହତ୍ୟା କରିଥିଲେ । ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ଖୋଜ ଖବର ମିଲିନଥିଲା ।

ହେଲେ ସୂଚନା ଅନୁଯାଇ ଗତ ୧୬ ତାରିଖ ଦିନ ମୃତକଙ୍କ ଶବକୁ ଗାଁ ନିକଟରେ ଫିଙ୍ଗିଦେଇ ଚାଲି ଯାଇଥିଲେ । ସେଠାରେ କିଛି ମାଓବାଦୀ ଫୋଷ୍ଟରେ ଏସ୍ ଡି କେ ସୋନାବେଡା ଧରମବନ୍ଧା ଓ କୋୟଲି ବେଡା ଖୋଲି ବସ୍ତର ଏରିଆ କମିଟି ବୋଲି ଉଲ୍ଲେଖ ରହିଛି । ମୃତକର ଶରିରର ବିଭିନ୍ନ ଯାଗାରେ ଠେଙ୍ଗାରେ ପିଟିପିଟି ହତ୍ୟା କରିବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ମେନପୁର୍ ପୋଲିସ ସୁତ୍ରରୁ ଜଣାପଡିଛି । ମେନପୁର୍ ପୋଲିସ ଦ୍ୱାରା ମାଓବାଦୀଙ୍କ ନାମରେ ମାମଲା ରୁଜୁକରି କମ୍ବି ଅପରେସନକୁ ଯୋରଦାର କରିଥିବା ମେନପୁର୍ ଥାନା ଅଧିକାରି ସତ୍ୟେନ୍ଦ୍ର ସିଂ ଶ୍ୟାମ ପ୍ରକାଶ କରିଛନ୍ତି ।

ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଲି ଯାଇଛି । ଏଠାରେ ସୁଚନା ଯୋଗ୍ୟଯେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଠାରୁ ୧୦ କିଲୋମିଟର ଦୂରବର୍ତ୍ତୀ ଅମାମୋରା ଗ୍ରାମ ସମ୍ପୂର୍ଣ୍ଣ ଭାବରେ ମାଓବାଦୀ ଅଧ୍ୟୁଷ୍ଟିତ ଅଞ୍ଚଳ ଅଟେ । ଏହି ଅଞ୍ଚଳରେ ମାଓବାଦୀ ମାନେ ଡେରା ପକାଇ ପୁର୍ବରୁ ଅନେକ ହିଂସା କାଣ୍ତ ଘଟାଇ ଚାଲିଥିବା ବେଲେ ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସ୍ରୁଷ୍ଟି କରି ଆସୁଛନ୍ତି । ଦୀର୍ଘ ଦିନର ନିରବତା ପରେ ସୀମାନ୍ତରେ ପୁଣି ଉପସ୍ଥିତି ଯାହିର୍ କରିଛନ୍ତି ମାଓବାଦୀ । ଉକ୍ତ ଗ୍ରାମରେ ଛତିଶଗଡ଼ ଜିଲା ମେନପୂର୍ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।

Comments are closed.