ବର୍ଷିଆନ ସାମ୍ବାଦିକ ଗୋଲକ ଚନ୍ଦ୍ର ସୂତାର ଗୁରୁତର ଅସୁସ୍ଥ

62

ସାଲେପର : ବର୍ଷିଆନ ସାମ୍ବାଦିକ ଗୋଲକ ଚନ୍ଦ୍ର ସୂତାର ଗୁରୁତର ଅସୁସ୍ଥ ହୋଇ ବର୍ତମାନ ଶଯ୍ୟାଶାୟୀ ଅବସ୍ଥାରେ । ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ନିକଟ ସାହା ନିଆଜପୁର ବାସଭବନରେ ଥାଇ ଚିକିତ୍ସାଧୀନ ଅଛନ୍ତି । ସାମ୍ବାଦିକ ଶ୍ରୀ ସୂତାର ଦୀର୍ଘ ଦିନ ଧରି ମାତୃଭୂମିର ମାହାଙ୍ଗା ଅଂଚଳର ସାମ୍ବାଦିକ ଭାବେ କାର୍ଯ୍ୟ କରି ଥିଲେ । ସେ ମଧ୍ୟ ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଥିଲେ । ରାଜ୍ୟର ବିଭିନ୍ନ ସାମାଜିକ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି ।ସୂତାରଙ୍କ ବୟସ ୯୦ ବର୍ଷ ବୋଲି ପରିବାର ସୂତ୍ରରୁ ଜଣାପଡିଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁଏହି ବର୍ଷିଆନ ସାମ୍ବାଦିକଙ୍କର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯିବାକୁ ସାମ୍ବାଦିକ ମାନଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Comments are closed.