ସଂସଦରେ ପେଗାସସ୍ ଝଡ଼

68

-ଆଇଟି ମନ୍ତ୍ରୀ କହିଲେ ସବୁ ମିଛ

ନୂଆଦିଲ୍ଲୀ : ପେଗାସସ ହ୍ୟାକିଂ ରିପୋର୍ଟକୁ ନେଇ ସୋମବାର ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ସରଗରମ ରହିଛି । ଏହା ମଧ୍ୟରେ ଗୃହରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷ ରଖିଛନ୍ତି । ସେ କହିଛନ୍ତି ଜାସୁସି ଅଭିଯୋଗ ସଂପୂର୍ଣ୍ଣ ଭୁଲ୍ ଅଟେ । ଫୋନ ଟ୍ୟାପିଂକୁ ନେଇ ସରକାରଙ୍କ ନିୟମ ବହୁତ କଠୋର ରହିଛି । ଦେଶର ଗଣତନ୍ତ୍ରର ଛବିକୁ ମଳିନ କରିବାକୁ ଏକ ପ୍ରୟାସ । ବୈଷ୍ଣବ କହିଛନ୍ତି, ତଥ୍ୟର ଗୁଇନ୍ଦାଗିରି ସହ ଏହାର କୌଣସି ସଂପର୍କ ନାହିଁ । କେବଳ ଦେଶହିତ ଏବଂ ସୁରକ୍ଷା ମାମଲାରେ ଫୋନ୍ ଟ୍ୟାପିଂ କରାଯାଏ । ଏହି ବିଷୟରେ ଆସିଥିବା ରିପୋର୍ଟକୁ ନେଇ କେନ୍ଦ୍ରମନ୍ତ୍ରୀ ସନ୍ଦେହ ପ୍ରକାଶ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପ୍ରେସ୍ ରିପୋର୍ଟ ଆସିବା ଏହାକୁ ସଂଯୋଗ କୁହାଯାଇ ପାରିବ ନାହିଁ । ହଙ୍ଗାମା ମଧ୍ୟରେ ବୈଷ୍ଣବ କହିଛନ୍ତି, ରବିବାର ରାତିରେ ଏକ ୱେବ୍ପୋର୍ଟାଲରେ ବହୁତ ଚାଞ୍ଚଲ୍ୟକର ଖବର ଚାଲିଥିଲା । ଏହି ଖବରରେ ବଡ ଧରଣର ଅଭିଯୋଗ କରାଯାଇଛି ।

ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏମିତି ପ୍ରେସ୍ ରିପୋର୍ଟ ଆସିବାକୁ ସଂଯୋଗ କୁହାଯାଇ ପାରିବ ନାହିଁ । ରବିବାର ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ଜାରି ଏହି ରିପୋର୍ଟରେ ବଡ ଦାବି କରାଯାଇଛି । ଏଥିରେ କୁହାଯାଇଛି ଯେ, ଇସ୍ରାଏଲର ପେଗାସସ୍ ସଫ୍ଟୱେୟାର ସାହାଯ୍ୟରେ ଭାରତରେ ଅନେକ ନେତା, ସାମ୍ବାଦିକ ଓ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ହ୍ୟାକ୍ କରାଯାଇଛି । ରିପୋର୍ଟରେ ୧୫୦ରୁ ଅଧିକ ଲୋକଙ୍କ ଫୋନ ହ୍ୟାକ୍ କରାଯାଇଥିବା ଉଲ୍ଲେଖ ରହିଛି । ଏହିସବୁ ଅଭିଯୋଗକୁ ସରକାର ଦୃଢତାର ସହ ଖଣ୍ଡନ କରିଛନ୍ତି । ଏଥିସହ ଆଇଟି ମନ୍ତ୍ରୀ କହିଛନ୍ତି ଯେ, ଭାରତ ଏକ ଗଣତାନ୍ତ୍ରିକ ଦେଶ । ଏଠାରେ ଲୋକଙ୍କ ଗୋପନୀୟତା ମୌଳିକ ଅଧିକାର ରହିଛି । ଏମିତି ରିପୋର୍ଟ ସଂପୂର୍ଣ୍ଣ ଭୁଲ୍ ଅଟେ । ସମଗ୍ର ଦୁନିଆରେ ୧୭ ଗଣମାଧ୍ୟମ ସଂସ୍ଥା ରବିବାର ଏକ ରିପୋର୍ଟ ପ୍ରସାରଣ କରିଥିଲେ । ଏଥିରେ ଦାବି କରାଯାଇଛି ଯେ, ଭାରତରେ ୩୦୦ରୁ ଅଧିକ ଫୋନ ନମ୍ବର ହ୍ୟାକ୍ କରାଯାଇଛି । ଏଥିରେ ଦୁଇ କେନ୍ଦ୍ରମନ୍ତ୍ରୀ, ତିନି ବିରୋଧୀ ଦଳର ନେତା, ୪୦ରୁ ଅଧିକ ସାମ୍ବାଦିକ, ଜଣେ ବିଚାରପତି, ମାନବାଧିକାର କାର୍ଯ୍ୟକର୍ତ୍ତା ଓ ଅନ୍ୟ କର୍ମୀଙ୍କ ଫୋନ୍ ଟ୍ୟାପ୍ କରାଯାଇଛି । ଏଥିପାଇଁ ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପର “ପେଗାସସ୍’ ସ୍ପାଇୱେଭରର ପ୍ରୟୋଗ କରାଯାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି,ଭାରତରେ ଅତି କମ୍ ରେ ୩୮ ଜଣଙ୍କ ଗୁଇନ୍ଦାଗିରି କରାଯାଇଛି । କିନ୍ତୁ ଭାରତ ସରକାର ଏହିସବୁ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ।

Comments are closed.