ବାଇକ ଲୁଟେରାଙ୍କୁ ନିସ୍ତୁକ ଛେଚି ପୁଲିସ ଜିମା ଦେଲେ

0 66

ପିପିଲି,୨୦/୭:ଦୁଇ ବାଇକ ଲୁଟେରାଙ୍କୁ ସ୍ଥାନୀୟ ଲୋକେ ଆଜି ଧରି ନିସ୍ତୁକ ଛେଚିବା ପରେ ପୁଲିସ ଜିମା ଦେଇଛନ୍ତି । ସୂଚନା ଅନୁସାରେ ସ୍ଥାନୀୟ ବରୁଣ୍ଡେଇ ଗାଁର କାହୁଁଚରଣ ପ୍ରଧାନ ଗତ ୧୬ତାରିଖରେ ପିପିଲି ହାଇସ୍କୁଲ ଖେଳ ପଡ଼ିଆରେ ମଣ୍ଣିଂ ୱାକ୍ କରୁଥିବାବେଳେ କେହି ଦୁବୁର୍ତ ତାଙ୍କର ହିରୋ ସିଡ଼ି ଡ଼ିଲକ୍ସ ଗାଡ଼ିଟିକୁ ନେଇ ଫେରାର ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ଶ୍ରୀ ପ୍ରଧାନ ପିପିଲି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ନିକଟରେ ଲାଗିଥିବା ଏକ ସିସି ଟିଭି ଫୁଟେଜରୁ ଉକ୍ତ ଦୁଇ ଲୁଟେରାଙ୍କୁ ଚିହିଁପାରି ସ୍ଥାନୀୟ ପୌରାଂଚଳର କେଇଜଣ ଯୁବକ ଆଜି ଦୁଇ ଲୁଟେରାଙ୍କୁ କାବୁ କରି ନିସ୍ତୁକ ଛେଚିବା ସହ ପୁଲିସ ଜିମା ଦେଇଛନ୍ତି । ଉକ୍ତ ଦୁଇଜଣ ଲୁଟେରାଙ୍କର ଘର ପିପିଲି ଥାନା ମାଳିବରାହି ଅଂଚଳର ହୋଇଥିବାବେଳେ ଦୁହେଁ ନାବାଳକ ବୋଲି ପୁଲିସ ସୁତ୍ରରୁ ଜଣାଯାଇଛି । ଏହି ଗାଡ଼ିଚୋରୀରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତକୁ ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଜଣାଯାଇଛି । ପୁଲିସ ପକ୍ଷରୁ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.