କୁକୁର କାମୁଡାରେ ଅସୁସ୍ଥ ହୋଇଥିବା ମୃଗ ବନକୁ ଫେରିଲା

0 46

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡକତୁରୁ ଗ୍ରାମପଞ୍ଚାୟତର ଆଡଗାଁ ଗ୍ରାମ ନିକଟବର୍ତ୍ତୀ ଦୁର୍ଗା ପାହାଡ ନିକଟରେ ଗତ କିଛି ଦିନ ପୂର୍ବେ ଗୋଟିଏ ମୃଗ କୌଣସି କାରଣରୁ ଜଙ୍ଗଲଛାଡି ଜନବସତି ମୁହାଁ ହୋଇ ଆସିଥିଲା । ଏହି ସମୟରେ କୁକୁରମାନଙ୍କ ହାବୁଡରେ ପଡିଯାଇଥିଲା । କୁକୁର ମାନେ ଏହି ମୃଗଟିକୁ ଚୋବାଚୋବି କରି କ୍ଷତାକ୍ତ କରିଦେଇଥିଲେ । ସୌଭାଗ୍ୟ ବସତଃ କିଛି ପଥଚାରୀ ଓ ଗ୍ରାମବାସୀ ମାନେ ଏହି ମୃଗଟିକୁ କୁକୁର ମାନଙ୍କ ଠାରୁ ଉଦ୍ଧାର କରି ଗାରବନ୍ଧ ବନପାଳଙ୍କୁ ଖବର ଦେଇଥିଲେ । ବନପାଳ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚ ଉକ୍ତ ମୃଗଟିକୁ ପଶୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ଉପଯୁକ୍ତ ଲାଳନପାଳନ କରିଥିଲେ । ଉକ୍ତ ମୃଗଟି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଉଲ୍ଲେଖିତ ପାହାଡ ନିକଟସ୍ଥ ଜଙ୍ଗଲକୁ ପୁଣି ଛାଡି ଦେଇଥିବାର ଗାରାବନ୍ଧ ବନପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.