ବକ୍ରି ଇଦ୍ ରେ କଟକଣା କୋହଳ ନେଇ ସୁପ୍ରିମ୍ କୋର୍ଟ କ୍ଷୁବ୍ଧ

68

ନୂଆଦିଲ୍ଲୀ : ବକ୍ରି ଇଦ୍ ନେଇ ରାଜ୍ୟରେ ଲକ୍ଡାଉନ୍ କଟକଣାକୁ କୋହଳ କରିଛନ୍ତି କେରଳ ସରକାର । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମାନ୍ୟବର କୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ କରୋନା କଟକଣା କୋହଳ କରାଯାଇଥିବାରୁ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏ ନେଇ କୋର୍ଟ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ କରାଯିବା ପରେ ସଂକ୍ରମଣ ବୃଦ୍ଧି ଘଟେ ତେବେ ଏହା ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି । ମଙ୍ଗଳବାର କୋର୍ଟ କହିଛନ୍ତି ଯେ, କୌଣସି ପ୍ରକାରରେ ଚାପର ବଶବର୍ତ୍ତୀ ହୋଇ ନାଗରିକଙ୍କ ସବୁଠାରୁ ମୂଲ୍ୟବାନ ଜୀବନ ଅଧିକାର ଉଲ୍ଳଂଘନ କରାଯାଇପାରିବ ନାହିଁ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି କୌଣସି ବି ପ୍ରକାରର ଅପ୍ରିୟ ଘଟଣା ଘଟିବା ଏବଂ ଏହା କୋର୍ଟଙ୍କ ସଂଜ୍ଞାନକୁ ଅଣାଯିବା ପରେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଅନୁଚ୍ଛେଦ ୨୧ ଏବଂ ଅନୁଚ୍ଛେଦ ୪୪ ଉପରେ ଧ୍ୟାନ ଦେଇ କାଉଡ଼ି ଯାତ୍ରା ନେଇ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ଧ୍ୟାନ ଦେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଅପରପକ୍ଷରେ କେରଳ ସରକାର ନିଜ ପକ୍ଷ ରଖି କହିଛନ୍ତି ଯେ, ୧୫ ଜୁନ୍ଠାରୁ କଟକଣା କୋହଳ କରି ଦିଆଯାଇଛି । ସେତେବେଳେ କରାଯାଇଥିବା କୋହଳ ଏବଂ ବର୍ତ୍ତମାନର କଟକଣା କୋହଳ ମଧ୍ୟରେ କୌଣସି ବଡ଼ ଫରକ ନାହିଁ । ଏଥିସହିତ ବ୍ୟବସାୟୀମାନେ ସମ୍ମୁଖିନ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଯେଉଁମାନେ ବକ୍ରି ଇଦ୍ ସମୟରେ ଆର୍ଥିକ ସ୍ଥିତିରେ ସୁଧାର କରିବା ନେଇ ଆଶାବାଦୀ ଅଛନ୍ତି । ଆବେଦନକାରୀ ଏବଂ ସିନିୟର ଆଡଭୋକେଟ ବିକାଶ ସିଂହ କୋର୍ଟଙ୍କଠାରୁ କଟକଣା ନେଇ ନିର୍ଦ୍ଦେଶ ଜାରି କରିବାକୁ ପ୍ରାର୍ଥନା କରାଯାଇଥିବା ବେଳେ ଜଷ୍ଟିସ୍ ନରେମନ୍ ଏହାକୁ ରଦ୍ଦ କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

Comments are closed.