୭ ମାସରେ ୬୩ ଥର ବଢ଼ିଛି ତୈଳଦର : ୩.୩୪ ଲକ୍ଷ କୋଟି ରାଜସ୍ୱ ସଂଗ୍ରହ

67

ନୂଆଦିଲ୍ଲୀ : ଦେଶରେ ୨୦୨୧ ଜାନୁଆରୀ ପହିଲାଠାରୁ ଜୁଲାଇ ୯ ତାରିଖ ମଧ୍ୟରେ ଗତ ୭ ମାସରେ ପେଟ୍ରୋଲ ଓ ଡିଜେଲ ଦାମ୍ ୬୩ ଥର ବଢ଼ିଛି । ଏହାଦ୍ୱାରା ଏକ୍ସସାଇଜ୍ ଟ୍ୟାକ୍ସ ବାବଦରେ ସରକାର ୩.୩୪ ଲକ୍ଷ କୋଟି ରାଜସ୍ୱ ସଂଗ୍ରହ କରିଛନ୍ତି । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ଚାରିଥର ଦାମ୍ କମିଥିବା ସରକାର କହିଛନ୍ତି । ୨୦୧୮-୧୯ରେ ପେଟ୍ରୋଲ ଦାମ ୧୪୮ଥର ବଢ଼ିଥିଲା । ୨୦୧୯-୨୦ରେ ୮୯ଥର ବଢ଼ିଥିବା ବେଳେ ୨୦୨୦-୨୧ରେ ୭୬ ଥର ବଢ଼ିଛି । ଅପରପକ୍ଷରେ ଡିଜେଲ ଦାମ୍ ୨୦୧୮ରେ ୧୪୦ଥର ବଢ଼ିଥିବା ବେଳେ ୨୦୧୯-୨୦ରେ ୭୯ ଏବଂ ୨୦୨୦-୨୧ରେ ୭୩ ଥର ବଢ଼ିଛି ।

Comments are closed.