ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

68

-ଗୁରାଣ୍ଡି ଥାନା ଓଆଇସିଙ୍କୁ ପଚରାଉଚରା କରାଯିବ – ଏସପି
-ଡ଼ିଏଫଓଙ୍କୁ ଜେରା କରାଯିବ – ଏସପି

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ଗଜପତି ଏସପି ତପନ ପଟ୍ଟନାୟକ । କେଉଁ ପରିସ୍ଥିତିରେ ଘଟଣା ଦିନ ଆମ୍ବୁଲାନ୍ସ ଅଟକା ଯାଇଥିଲା ସେ ସମ୍ପର୍କରେ ପଚରାଯିବ । ସେ କେଉଁ ପରିସ୍ଥିତିରେ ଓ କଣ ପାଇଁ ସେଠାକୁ ଆସିଥିଲେ ସେ ନେଇ ପଚରାଯିବ । ଅନ୍ୟପକ୍ଷରେ ସେଠାକୁ ଆସିବାକୁ ତାଙ୍କ ପାଇଁ ବିଭାଗୀୟ ନିର୍ଦ୍ଦେଶ ନଥିଲା ବୋଲି କହିଛନ୍ତି ଏସପି ।
ଅପରପକ୍ଷରେ ତଦନ୍ତ ଚାଲିଥିବାରୁ ଏନେଇ କିଛି କହିବେ ନାହିଁ ବୋଲି କହିଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ।

ସେହିପରି ଏସିଏଫ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଡ଼ିଏଫଓଙ୍କୁ ଜେରା କରାଯିବ ବୋଲି କହିଛନ୍ତି ଗଜପତି ଏସପି ତପନ ପଟ୍ଟନାୟକ ।   ଘଟଣା ସମ୍ପର୍କରେ ଡ଼ିଏଫଓଙ୍କୁ ପଚରାଉଚରା କରାଯିବ । ଏତଲାରେ ଡ଼ିଏଫଓଙ୍କ ନାମ ଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି । ଠିକ୍ ସମୟରେ ଡ଼ିଏଫଓଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ଏସପି । କ୍ରାଇମବ୍ରାଂଚ ଟିମ୍ ରେ ସାଇବର ଏକ୍ସପର୍ଟ ଥିବା ଏସପି ସୂଚନା ଦେଇଛନ୍ତି । ତଦନ୍ତରେ ଆମକୁ ସହଯୋଗ କରିବାକୁ କ୍ରାଇମବ୍ରାଂଚ୍ ଟିମ୍ ଆସିଛନ୍ତି । ମୋବାଇଲ୍ କଲ୍ ଡିଟେଲ୍ସ ଆଦି ଯାଂଚ୍ କରିବେ କ୍ରାଇମବ୍ରାଂଚ ଟିମ୍ । ତଦନ୍ତ ଠିକ୍ ଭାବେ ଚାଲିଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଏସପି ।
  ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ମୃତକଙ୍କ ଡାଇଂ ଡିକ୍ଲାରେସନ ରେକର୍ଡ଼ ହୋଇଛି । ଭିଡ଼ିଓଗ୍ରାଫି ହୋଇଛି । ମାମଲାରେ ସବୁ ଦିଗରୁ ତଦନ୍ତ କରୁଛି ପୋଲିସ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏଯାଏଁ ମିଳିପାରିନଥିବା କହିଛନ୍ତି ଏସପି ।

Comments are closed.