ତ୍ୱରିତ ଅମ୍ଳଜାନ ଯୋଗାଣ ପାଇଁ ସହାୟତାର ହାତ ବଢାଇଲା ଆଇସିଆଇସିଆଇ ଫାଉଣ୍ଡେସନ

64

କନ୍ଧମାଳ : ଅମ୍ଳଜାନ ଆବଶ୍ୟକ କରୁଥିବା କନ୍ଧମାଳ ଜିଲ୍ଲାର ଗୁରୁତର ରୋଗୀଙ୍କୁ ତ୍ୱରିତ ଅମ୍ଳଜାନ ଯୋଗାଣ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଭିତିଭୂମିର ଉନ୍ନତିକରଣ ପାଇଁ ଆଇ.ସି.ଆଇ.ସି.ଆଇ. ଫାଉଣ୍ଡେସନ୍ ସହଯୋଗର ହାତ ବଢ଼ାଇଛି । ଏହି କ୍ରମରେ, ଆଇ.ସି.ଆଇ.ସି.ଆଇ. ଫାଉଣ୍ଡେସନ୍ ତରଫରୁ ଆନୁମାନିକ ସର୍ବମୋଟ ୨ ଲକ୍ଷ ୯୦ ହଜାର ଟଙ୍କା ମୂଲ୍ୟର ୫ ଟି ଅମ୍ଳଜାନ ସାନ୍ଧ୍ରତା ଯନ୍ତ୍ର, ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଇ.ସି.ଆଇ.ସି.ଆଇ. ବ୍ୟାଙ୍କର ଆଂଚଳିକ ମୁଖ୍ୟ ଅମିୟ ନାୟକ ଜିଲ୍ଲାପାଳ-ତଥା-ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଅଧ୍ୟକ୍ଷା ଡା. ବୃନ୍ଦା ଡି.ଙ୍କୁ ପ୍ରଦାନ କରିଛନ୍ତି । ଆଇ.ସି.ଆଇ.ସି.ଆଇ. ଫାଉଣ୍ଡେସନର ଏହି ବଦାନ୍ୟତା ପାଇଁ ଆଇ.ସି.ଆଇ.ସି.ଆଇ. ଫୁଲବାଣୀ ବ୍ୟାଙ୍କ ଶାଖାକୁ ଜିଲ୍ଲାପାଳ ଧନ୍ୟବାଦ ଦେବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ଅନୁପାତ କ୍ରମେ ଏଥି ମଧ୍ୟରୁ ୩ ଟି ଯନ୍ତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖି ଅନ୍ୟ ୨ ଟିକୁ ଫିରିଙ୍ଗିଆ ଏବଂ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯୋଗାଇବା ପାଇଁ ଉପସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରାଜ୍ୟଶ୍ରୀ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଆଇ.ସି.ଆଇ.ସି.ଆଇ. ବ୍ୟାଙ୍କର ଆଞ୍ଝଳିକ ବିପଣୀ ମୁଖ୍ୟ (ସରକାରୀ ବ୍ୟାଙ୍କ ଗୋଷ୍ଠୀ) ମନୋଜ ଦାସ ଏବଂ ଫୁଲବାଣୀ ଶାଖା ପରିଚାଳକ ଶ୍ରୀ ସୁଧାଂଶୁ ବଳବନ୍ତରାୟ ଉପସ୍ଥିତ ଥିଲେ ।

Comments are closed.