୧୪ ମାସରେ ଅନାଥ ହୋଇଛନ୍ତି ୧ ଲକ୍ଷ ୧୯ ହଜାର ପିଲା

66

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଅନେକ ପରିବାର ପ୍ରଭାବିତ ହୋଇଛି । କିଏ ବାପା, ମା’କୁ ହରାଇଛି ତଆଉ କିଏ ଭେଣ୍ଡିଆ ପୁଅକୁ ହରାଇଛି । କରୋନାର ଦ୍ୱିତୀୟ ଲହର ଭାରତ ସମେତ ଅନେକ ଦେଶରେ ମୃତ୍ୟୁର ବିଭୀଷିକା ରଚିଥିଲା । ଏହି ସମୟରେ ପ୍ରାୟତଃ ଅନେକ ପରିବାର ଛାରଖାର ହୋଇଯାଇଛି । ମୁଖ୍ୟତଃ ଯେଉଁ ଛୋଟ ଛୁଆ ବାପା,ମା’କୁ ହରାଇଛନ୍ତି ସେମାନେ ଏବେ ଜୀବନ ଯୁଦ୍ଧରେ ଆଗାମୀ ଦିନରେ କିଭଳି ଆଗକୁ ବଢ଼ିବେ ତାହା ଚିନ୍ତାଜନକ । ଲାନ୍ସେଣ୍ଟ ନାମକ ମେଡିକାଲ ଜର୍ଣ୍ଣାଲ ବା ପତ୍ରିକା ଏହାକୁ ନେଇ ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ଭାରତ ସମେତ ୨୧ଟି ଦେଶରେ ପ୍ରାୟ ୧୫ ଲକ୍ଷ ପିଲା ଅନାଥ ହୋଇଥିବା ଦାବି କରିଛି । ଦ ଲାନ୍ସେଟ୍ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ମହାମାରୀର ପ୍ରଥମ ୧୪ ମାସରେ ୨୧ଟି ଦେଶରେ ୧୫ ଲକ୍ଷରୁ ଅଧିକ ପିଲା ନିଜ ବାପା, ମା’ଙ୍କୁ ହରାଇଛନ୍ତି । ଏଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ପିଲା କେବଳ ଭାରତର । ଭାରତରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରଗ୍ ଆବ୍ୟୁଜ୍ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ, କରୋନାରେ ଭାରତରେ ୨୫,୫୦୦ ପିଲା ନିଜ ମା’ଙ୍କୁ ହରାଇଥିବା ବେଳେ ୯୦,୭୫୧ ଜଣ ନିଜ ବାପାଙ୍କୁ ହରାଇଛନ୍ତି ।

ଏଥିମଧ୍ୟରୁ ୧୨ ପିଲାଙ୍କ ସଂଖ୍ୟା ଏପରି, ଯେଉଁମାନେ ଉଭୟ ବାପା,ମାଆଙ୍କୁ ହରାଇଥିଲେ । ଏହି ସଂଖ୍ୟା ସର୍ଭେରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟରୁ ଜଣାପଡ଼ିଛି । ସେହିପରି ସମାନ କାରଣ ପାଇଁ ୧,୧୩୪,୦୦୦ ପିଲା ସେମାନଙ୍କ ବାପା, ମା’ ସହିତ ଜେଜେ ବାପା ଓ ମା’ଙ୍କୁ ହରାଇଛନ୍ତି । ସେଥିମଧ୍ୟରୁ ୧୦,୪୨ ହଜାର ପିଲା ନିଜ ମା’, ବାପା କିମ୍ବା ଉଭୟଙ୍କୁ ହରାଇଛନ୍ତି । ୧,୫୬୨,୦୦୦ ପିଲା ଅନ୍ତତଃ ପକ୍ଷେ ଜଣେ ବାପା କିମ୍ବା ମା’ କିମ୍ବା ଜେଜେ ବାପା ନହେଲେ ବୟସ୍କ ସମ୍ପର୍କୀୟଙ୍କୁ ହରାଇଛନ୍ତି ବୋଲି ଏନ୍ଆଇଏଚ୍ ପ୍ରକାଶ କରିଛି । ଲାନସେଣ୍ଟ ଦ୍ୱାରା ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ ୨୧ଟି ଦେଶ ମଧ୍ୟରୁ ଦକ୍ଷିଣ ଆଫ୍ରିକା, ପେରୁ, ଆମେରିକା, ଭାରତ, ବ୍ରାଜିଲ ଏବଂ ମେକ୍ସିକୋର ପିଲାମାନେ ତାଙ୍କର ଯତ୍ନ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବାପା, ମା’ କିମ୍ବା ଜେଜେ ବାପା ଓ ମା’ଙ୍କୁ ଅଧିକ ହରାଇଛନ୍ତି । ରିପୋର୍ଟ ଅନୁଯାୟୀ ୨,୮୯୮ ଭାରତୀୟ ଶିଶୁ ସେମାନଙ୍କର ଜଣେ ଜେଜେବାପାଙ୍କୁ ହରାଇଥିବା ବେଳେ ନଅଜଣ ଉଭୟ ଜେଜେବାପା ଓ ମା’ଙ୍କୁ ହରାଇଥିଲେ । ତେବେ ଭାରତରେ ହଜାରେ ପିଲାଙ୍କ ମଧ୍ୟରେ ବାପା, ମା’ ଏବଂ ଅଭିଭାବକ ମୃତ୍ୟୁହାର ୦.୫ ରହିଛି । ଆମେରିକା ୧.୮, ରଷିଆ ୨.୦, କଲମ୍ବିଆ ୩.୪,ବ୍ରାଜିଲ ୩.୫, ମେକ୍ସିକୋ ୫.୧, ଦକ୍ଷିଣ ଆଫ୍ରିକା ୬.୪, ପେରୁ ୧୪.୧ ରହିଛି ।

Comments are closed.