ରାଜ୍ୟରେ କରୋନାରେ ଆଉ ୬୭ ଜଣଙ୍କର ମୃତ୍ୟୁ

63

-ମୋଟ ମୃତ୍ୟୁ ସଂଖ୍ୟା ୫୩୦୮ ହେଲା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୬୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୫୩୦୮ ହୋଇ ଯାଇଛି ।

ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୨୦ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରେ ୧୩ ଜଣ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ ୮ ଜଣ, ବରଗଡ ଜିଲ୍ଲାରେ ୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୬ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଅନୁଗୁଳ ପୁରୀ ଓ ରାୟଗଡା ଜିଲ୍ଲାରେ ୫-୫ ଜଣ ମୃତ୍ୟୁବରଣ କରିଛନ୍ତି । ଢେଂକାନାଳ ଜିଲ୍ଲାରେ ୪ ଜଣ, କନ୍ଧମାଳ, ମୟୁକଭଂଜ ଜିଲ୍ଲାରେ ୨-୨ ଜଣ, ମୃତ୍ୟୁବରଣ କରିଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡା, ନୂଆପଡା ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।

Comments are closed.