ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଟିକା

0 71

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ଲାଗି ଚାଲିପାରେ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ । ଏହା ଆରମ୍ଭ ହେଲେ ଦେଶରେ କୋଭିଡ ବିରୋଧରେ ଯୁଦ୍ଧ ଶକ୍ତିଶାଳୀ ହେବ ଏବଂ ସଂକ୍ରମଣକୁ ବ୍ୟାପକ ଭାବେ ରୋକାଯାଇପାରିବ । ସେ କହିଛନ୍ତି ଯେ, ଶିଶୁଙ୍କୁ ଟିକାକରଣ ନେଇ ଜାଇଡସ୍ ସମସ୍ତ ଟ୍ରାଏଲ ଶେଷ କରିଛି । ସେହିପରି ଭାରତ ବାୟୋଟେକ୍ ରେ କୋଭାକ୍ସିନ ଟ୍ରାଏଲ ବି ଅଗଷ୍ଟ ସୁଦ୍ଧା ଶେଷ ହୋଇପାରେ । ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କୁ ଟିକାକରଣ କରାଯିବା ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଅଧିକ । ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ କୋଟି ଡୋଜ୍ ଦିଆଯାଇସାରିଲାଣି । ଏହା ଚଳିତବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି । ଅଧିକ ବୟସ୍କ, ରୋଗରେ ସଢୁଥିବା ଲୋକଙ୍କ ଲାଗି ଟିକାକରଣର ଜରୁରି ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.