ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

64

-ବିଦ୍ୟାଭାରତୀଙ୍କ ଗିରଫ ଦାବି କଲେ ସୌମ୍ୟଙ୍କ ପରିବାର ଲୋକେ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଗିରଫ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ମୁଖ୍ୟ ଅଭିଯୁକ୍ତ ବୋହୂ, ତାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଏହା ଭିତରେ କିଛି ଚକ୍ରାନ୍ତ ଚାଲିଛି, ବୋହୂକୁ ଗିରଫ କରାଗଲେ ପ୍ରକୃତ ସତ କଣ ତାହା ପଦାକୁ ଆସିବ । ଅନ୍ୟପକ୍ଷରେ ବୋହୂ ବିଦ୍ୟାଭାରତୀ ଓ ତାଙ୍କ ବାପାମାଆ ସବୁ ଜାଣିଛନ୍ତି ବୋଲି କହିଛନ୍ତି ସୌମ୍ୟଙ୍କ ମାଆ ।

ସେହିପରି ସୌମ୍ୟଙ୍କ ବଡ ଭାଇ କହିଛନ୍ତି ଯେ, ଅକ୍ଷୟ ନାମକ ବ୍ୟକ୍ତି ସହ ବିଦ୍ୟାଭାରତୀଙ୍କ ସମ୍ପର୍କର ତଦନ୍ତ ହେଉ ।

ପ୍ରକାଶ ଥାଉକି, ପୂର୍ବରୁ ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଥିଲେ ମୃତ ସୌମ୍ୟରଞ୍ଜନଙ୍କ ବଡ଼ ଭାଇ । ଘରେ ସ୍ୱାମୀ ସ୍ତ୍ରୀ ଥିଲେ । ସ୍ୱାମୀ ପୋଡ଼ିଗଲା । ସ୍ତ୍ରୀ ଜାଣିପାରିଲେନି କିପରି ବୋଲି ସେ ପ୍ରଶ୍ନ କରିଥିଲେ । ସେହିପରି ଘଟଣା ଘଟିବା ପରେ କ୍ୱାର୍ଟର୍ସର ଚାବି ବିଭାଗ ପାଖରେ କାହିଁକି ରହିଥିଲା । ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡ଼ିକାଲକୁ ନିଆଯାଇଥିଲା । ବ୍ରହ୍ମପୁର ରେଫର୍ ଲେଖାହୋଇ ପୁଣି କଟାଯାଇ କଟକ ପଠାଯିବା ପଛରେ କାରଣ କଣ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

Comments are closed.