ଡାକ୍ତରଙ୍କ ଅନୁପସ୍ଥିତି ଓ ଚିକିତ୍ସା ଅବହାବରୁ ରୋଗୀଙ୍କ ମୃତ୍ୟୁକୁ ନେଇ ରାସ୍ତା ରୋକ କଲେ ଅଞ୍ଚଳବାସୀ

69

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆର୍‌.ଉଦୟଗରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରୋଗୀଙ୍କ ମୃତ୍ୟୁ ହେବାପରେ ସେଠାରେ ତୃଣମୂଳ କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଚିକିତ୍ସା ଅଭାବ ତଥା ଡାକ୍ତରଙ୍କ ଅନୁପସ୍ଥିତ ଅଭିଯୋଗରେ ସେହି ଅଞ୍ଚଳର ଶତାଧିକ ଲୋକଙ୍କୁ ନେଇ ମୋହନା-ପାରଳାଖେମୁଣ୍ଡି ଜାତୀୟ ରାଜପଥକୁ ଆର୍‌.ଉଦୟଗରି ଠାରେ ଅବରୋଧ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।

ସୂଚନା ମିଳିଥିବା ଅନୁସାରେ ଆର୍‌.ଉଦୟଗରି ଖ୍ରୀଷ୍ଟିଆନ ସାହିର ରାଜେନ୍ଦ୍ର ଜେନାଙ୍କ ଦେହଖରାପ ହେବା ପରେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌମସି ବି ଡାକ୍ତର ଉପସ୍ଥିତ ନଥିଲେ । ଚିକିତ୍ସାରେ ଅବହେଳା କାରଣରୁ ରୋଗୀ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଏହି ବିଷୟକୁ ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ କରି ଅଞ୍ଚଳବାସୀଙ୍କୁ ନେଇ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଲୋକେ ।

Comments are closed.