ଗେଟୱେଲସୁନ ପୋଲି କ୍ଲିନିକ ଏବଂ ଡାଇଗନୋଷ୍ଟିକ ସେଣ୍ଟର ଉଦଘାଟନ କଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

61

ଟିଟିଲାଗଡ଼ : ଟିଟିଲାଗଡ଼ ସହରରେ ଜନସାଧାରଣଙ୍କୁ ମେଡ଼ିକାଲ ସୁବିଧା ଯୋଗାଇବା ନିମନ୍ତେ ଏକ ନୂତନ ଚିନ୍ତାଧାରା ସହ ତିନି ବନ୍ଧୁ ରାହୁଲ ଜୈନ, ଉମେଶକନୋଡ଼ିଆ, ଏବଂ ସୌରଭ ଅଗ୍ରୱାଲ ମିଶି ଏକ ମେଡିକାଲଷ୍ଟୋର ସହ ଡ଼ାଇଗନୋଷ୍ଟିକ୍ ସେଣ୍ଟର୍ ଖୋଲିବାର ନିଷ୍ପତି ନେଇଥିଲେ। ତାହାର ସଫଳ ରୂପାୟନ ଆଜି ରବିବାର ସକାଳ୧୧ ଟା ସମୟରେ ମୁଖ୍ୟଅତିଥି ହୋଇ ଏହାର ଉଦଘାଟନ କଲେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ଏସ ଡି ଏମ ଓ ଶ୍ରୀ ପୀକେ ନାଏକ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀମତି ସାହୁ ଉପର ମହଲାରେ ଥିବା ଡାଇଗନୋଷ୍ଟିକ ସେଣ୍ଟର୍ ଉଦ୍ଘାଟନ କରି ସ୍ଥାନୀୟ ଲୋକଙ୍କ କହିବାପରେ ନିଜେ ମନ୍ତ୍ରି ନିଜର ଡାଇବେଟିକ ଟେଷ୍ଟ କରାଇଥିଲେ ।

ସେହିପରି ବହୁତ ଲୋକଙ୍କ ଆଜି ନିଃଶୁଳ୍କ ରକ୍ତ ପରୀକ୍ଷଣ ମଧ୍ୟ କରଯାଇଥିଲା । ଏହି ଅବସରରେ ଡ ଘନଶ୍ୟାମ ଜୈନ, ମହାବୀର ପଞ୍ଚାୟତ ଧର୍ମଶାଳାର ସଭାପତି ପ୍ରେମ ଜୈନ, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସମ୍ପାଦକ ଗୋପାଳଅଗ୍ରୱାଲ, ମାରୱାଡ଼ି ଯୁବା ମଞ୍ଚ ସଭାପତି ଅମରଜୈନ, ମାରୱାଡ଼ି ଯୁବାମଞ୍ଚ ସେଣ୍ଟ୍ରାଲ ଶାଖା ସଭାପତି ଆରୁଶ ଶର୍ମା, ପଙ୍କଜ ଅଗ୍ରୱାଲ, ରାଧାକାନ୍ତ ବେହେରା, ଚେମ୍ବର୍ଅଫକମର୍ସଏଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଈଶ୍ୱରଚନ୍ଦ୍ର ଜୈନ୍, ଓୟୁଯେ ଜିଲ୍ଲାସଭାପତି ଦୀପକ୍ ସମାଦ୍ଦ।ର, ମାରୱାଡ଼ି ସମ୍ମେଳନ ସଭାପତି ପ୍ରକାଶଗୋୟଲ୍, ଅଗ୍ରୱାଲ ସଭାର ଗୋପାଳ ଅଗ୍ରୱାଲ, ତେର।ପନ୍ଥ ପ୍ରଫେସନାଲ ଫୋରମର ସି ଏ ଆଶିଷ ଜୈନ, ଜୈନ୍ ସମାଜର ସଭାପତି ସୁରେନ୍ଦ୍ର ଜୈନ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

Comments are closed.