ଇସାକ ମୁଣ୍ଡା ଓଡିଶାର ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି:ସମୀର ମହାନ୍ତି

63

-ମନ୍ କି ବାତ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏହା ଦ୍ୱାରା ଅନ୍ୟମାନେ ନିଶ୍ଚିତ ଭାବେ ପ୍ରୋତ୍ସାହିତ ହେବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

ଓଡିଶାର ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକର ଆଦିବାସୀ ଯୁବକ ଇସାକ ମୁଣ୍ଡାଙ୍କୁ ଆଜି ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଛନ୍ତି । ଦିନ ମଜୁରିଆ ଭାବେ କାମ କରୁଥିବା ଇସାକ ଏବେ ୟୁଟ୍ୟୁବରେ ଭିଡିଓ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ତାଙ୍କର ଏଭଳି ନିଆରା ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ପାଇଁ ସେ ଆଜି ଓଡିଶାର ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପଖାଳ ଖାଦ୍ୟ ଖାଇବା ଏବଂ ଗ୍ରାମୀଣ ଜୀବନ ଶୈଳୀକୁ ଭିଡିଓ କରି ସମସ୍ତଙ୍କ ପାଖରେ ପହଂଚାଇବାରେ ସେ ସଫଳ ହୋଇପାରିଛନ୍ତି । ଏହା ଆତ୍ମ ନିର୍ଭର ଭାରତର ଏକ ଜ୍ୱଳନ୍ତ ଉଦାହରଣ । ଦୃଢ ଇଚ୍ଛା ଶକ୍ତିଥିଲେ ସବୁ ସମ୍ଭବ ହୋଇପାରେ ବୋଲି ମନ୍ କି ବାତ୍ ଶୁଣିବା ପରେ ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅଲମ୍ପିକ ଖେଳାଳିମାନଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିବା ପାଇଁ ଶ୍ରୀ ମହାନ୍ତି ଓଡିଶାର ଯୁବପିଢୀଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.