କକ୍ଷରେ ହଲଚଲ ହେଉଛି ଚନ୍ଦ୍ର : ୨୦୩୦ରେ ହେବ ଜଳପ୍ରଳୟ

69

ନୂଆଦିଲ୍ଲୀ : ସୌରମଣ୍ଡଳରେ ସୂର୍ଯ୍ୟଙ୍କୁ ଯେଉଁ କକ୍ଷରେ ଚନ୍ଦ୍ର ପ୍ରଦିକ୍ଷଣ କରୁଛି ତାହା ଆଦୌ ସମତଳ ନୁହେଁ । ଚନ୍ଦ୍ର ପରିକ୍ରମା ସମୟରେ କକ୍ଷ ପଥରେ ସାମାନ୍ୟ ଉପରତଳ ହୋଇ ଦୋହଲି ଥାଏ । ଚନ୍ଦ୍ରଙ୍କ ଗତିପଥ ସମ୍ପର୍କରେ ୧୭୨୮ ମସିହାରେ ପ୍ରଥମେ ଜଣାପଡ଼ିଥିଲା । ଆମେରିକା ଅନ୍ତରୀକ୍ଷ ସଂସ୍ଥା (ନାସା) ଏବଂ ହାୱାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ ଚନ୍ଦ୍ର ପରିକ୍ରମାର ୧୮.୬ ବର୍ଷୀୟ ଚକ୍ରରେ ପ୍ରବେଶ କରିବାକୁ ଯାଉଥିବା ଜଣାପଡ଼ିଛି । ଯାହାର ସିଧା ପ୍ରଭାବ ଏବେ ପୃଥିବୀର ପାଣିପାଗ ଉପରେ ପଡ଼ିବ ବୋଲି ନାସା ସତର୍କ କରାଇଛି । ଅଧ୍ୟୟନ ଅନୁସାରେ ୨୦୩୦ ବେଳକୁ ବିଶ୍ୱରେ ବନ୍ୟା ସ୍ଥିତି ଜଟିଳ ହେବ । ଚନ୍ଦ୍ରଙ୍କ ସହିତ ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ର ଜଳପତ୍ତନ ସମ୍ପର୍କ ଥିବାରୁ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ । ଯଦ୍ୱାରା ଜଳପ୍ରଳୟ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।

Comments are closed.