ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ

64

ଭୁବନେଶ୍ୱର : ବିଏମସି ନର୍ଥ ଜୋନ୍ ଶୈଳଶ୍ରୀବିହାରରେ ଡେଙ୍ଗୁଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ୧୫ବର୍ଷର ବାଳକ । ଗତ କିଛିଦିନ ଧରି ସେ ଜ୍ୱରରେ ପୀଡିତ ଥିଲେ । ଗତକାଲି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଛି । ଭୁବନେଶ୍ୱରରେ ଆଜି ଆଉ ୩୦ ରୋଗୀ ଚିହ୍ନଟ ହେବା ପରେ ମୋଟ ଡେଙ୍ଗୁରୋଗୀ ୪୨୧ରେ ପହଞ୍ଚିଛନ୍ତି ।

ରାଜଧାନୀରେ ଦିନକୁ ଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜଧାନୀ ବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ତେବେ ଶୈଳଶ୍ରୀ ବିହାରରେ ମୃତ୍ୟୁବରଣ କରିଥିବା ବାଳକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ଅଥବା ଅନ୍ୟକିଛି କାରଣ ରହିଛି ତାହା ଜାଣିବାକୁ ବିଏମ୍ସି ପକ୍ଷରୁ ତନାଘନା ଜାରି ରହିଥିବା ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅନ୍ତର୍ଜାମୀ ମିଶ୍ର କହିଛନ୍ତି । ସେପଟେ ଡେଙ୍ଗୁ ପ୍ରତିକାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସଫେଇ ଓ ମଶାଧୂଆଁ ଛାଡିବା ଆଦି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବିଏମ୍ସି ନର୍ଥ ଜୋନ୍ ଜୋନାଲ୍ ଡେପୁଟି କମିଶନର ।

Comments are closed.