ଟିଟିଲାଗଡ଼ ଲାଇଟ ଏବଂ ସାଉଣ୍ଡ ଆସୋସିଏସନ୍ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବି ପତ୍ର ପ୍ରଦାନ

60

ଟିଟିଲାଗଡ଼ : କରୋନା ଆସି ଲୋକଙ୍କ ଜୀବନ ନେବା ସହ ଲୋକଙ୍କ ଜୀବିକା ନିର୍ବାହ କରିବାର ବାଟ ବନ୍ଦ କରିଦେଲା । ଲୋକଙ୍କ ରୋଜଗାର ମଧ୍ୟ ଛଡ଼ାଇନେଲା, ସେ ଭିତରୁ ଲାଇଟ ଏବଂ ସାଉଣ୍ଡ ବ୍ୟବସାୟୀ ଅନ୍ୟତମ । ଗତ ବର୍ଷ ୨୦୨୦ ମାର୍ଚ୍ଚ ମାସ ଠାରୁ ଆଜି ଯାଏଁ କୋଭିଡ କଟକଣା ଯୋଗୁଁ ଲାଇଟ ଏବଂ ସାଉଣ୍ଡ ବ୍ୟବସାୟୀ ସବୁ ବନ୍ଦ ହୋଇଯାଇଛି । ଧିରେ ଧିରେ ଲକ ଡାଉନ୍ ଖୋଲୁଥିବା ବେଳେ ଲାଇଟ ଡିଯେ ସାଉଣ୍ଡକୁ ବି ଅନୁମତି ପ୍ରଦାନ କରିବାକୁ ଗୁହାରି କରିଛନ୍ତି ଟିଟିଲାଗଡ଼ ଲାଇଟ ଏବଂ ସାଉଣ୍ଡ ଆସୋସିଏସନ ।

ଆଜି ପ୍ରବଳ ବର୍ଷା ହେବା ସତ୍ବେ ଆସୋସିଏସନ ତରଫରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ରେଲୀ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରକୁ ଆସିଥିଲେ । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ମୂଖ୍ୟମନ୍ତ୍ରିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରେରଣ କରିଛନ୍ତି । ଆସୋସିଏସନର ସଭାପତି ମନୀଷ ସୁନା, ଉପସଭାପତି ରସିକ ପୋଡ଼, ସହ ସମ୍ପାଦକ ତ୍ରିଲୋଚନ ନାଏକ, କୋଷାଧ୍ୟକ୍ଷ ମୁରଲୀ ପଟେଲ, ନାରାୟଣ ବଗର୍ତ୍ତି ଙ୍କ ସହ ମନୋଜ ଅଗ୍ରୱାଲ, ଶଙ୍କର ରାଓ, ବ୍ରହ୍ମାନନ୍ଦ ରଣା, ଅମୂଲ୍ୟ ମହାକୁର , ଧୃବ୍ରରାଜ ମାଝୀ ପ୍ରମୁଖ ସାମିଲ ଥିଲେ ।

Comments are closed.