ଥାନା ହାଜତରୁ ଅଭିଯୁକ୍ତ ଫେରାର୍

67

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି । ଫେରାର୍ ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ ବୋଲି ଜଣାପଡିଛି ।

୨୦୧୩ ମସିହାରେ ଏକ ଚୋରି ଘଟଣାରେ ସମ୍ପୃକ୍ତ ଯୁବକ ନାମରେ ମାମଲା ରୁଜ୍ଜୁ ହୋଇଥିଲା । ସେହି ଦିନ ଠାରୁ ଅଭିଯୁକ୍ତ ଜଣକ ଫେରାର୍ ଥିଲା । ତେବେ ଯୁବକ ଜଣକୁ ପୋଲିସ ଧରିବା ସହ ଥାନାରେ ଦୁଇ ଦିନ ଧରି ଅଟକ ରଖିଥିଲା । ଗତକାଲି ରାତି ୧୦ ଟା ସମୟରେ ଅଭିଯୁକ୍ତ ଜଣକ ଥାନା ହାଜତରୁ ଫେରାର୍ ହୋଇଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି ।

Comments are closed.