ମାଇକ୍ରୋମ୍ୟାକ୍ସ ପକ୍ଷରୁ ଇନ୍ ୨ବି- ‘ନୋ ହ୍ୟାଙ୍ଗ୍ ଫୋନ୍’ର ଶୁଭାରମ୍ଭ

0 66

ଭୁବନେଶ୍ୱର: ଭାରତର ନିଜସ୍ୱ ସ୍ମାର୍ଟଫୋନ୍ ଓ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ମାଇକ୍ରୋମ୍ୟାକ୍ସ ଇନ୍ଫର୍ମାଟିକ୍ସ ଲିମିଟେଡ୍ ପକ୍ଷରୁ ବଜେଟ୍ ସେଗ୍ମେଂଟ୍ରେ ‘ଇଣ୍ଡିଆ କା ନୋ ହ୍ୟାଙ୍ଗ୍ ଫୋନ୍’- ଇନ୍ ୨ବିର ଶୁଭାରମ୍ଭର ଘୋଷଣା କରାଯାଇଛି । ଏହି ବ୍ରାଣ୍ଡ ନିଜର ପ୍ରଥମ ଟ୍ରୁ ୱାୟାରଲେସ୍ ଷ୍ଟେରିଓ ଇୟରବଡ୍ସ- ଏୟାରଫଙ୍କ୍ ୧ ଓ ଏୟାରଫଙ୍କ୍ ୧ ପ୍ରୋ ସହିତ ଅଡିଓ ଆକ୍ସେସରିଜ୍ ବର୍ଗରେ ନିଜର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରିଛି । ବଜେଟ୍ ଚାମ୍ପିଅନ୍ ଇନ୍ ୧ବି ର ସକ୍ସେସର୍, ମାଇକ୍ରୋମ୍ୟାକ୍ସ ଇନ୍ ୨ବି ଏକ ଶକ୍ତିଶାଳୀ ଏଆର୍ଏମ୍ କୋର୍ଟେକ୍ସ ଏ୭୫ ଆର୍କିଟେକ୍ଚର ଆଧାରିତ ଅକ୍ଟାକୋର୍ ପ୍ରୋସେସର୍ ସହ ମାଲି ଜି୫୨ ଜିପିୟୁ ସହିତ ଆସୁଛି ଯାହା ବିନା କୌଣସି ଲ୍ୟାଗ୍ କିମ୍ବା ହ୍ୟାଙ୍ଗ୍ ସହିତ ଏକ ଚମକ୍ରାର ପ୍ରଦର୍ଶନ ଓ ୫୦% ଦ୍ରୁତ ଆପ୍ ଷ୍ଟାର୍ଟ ଅପ୍ ସୁନିଶ୍ଚିତ କରୁଛି । ଏହାର ବ୍ଲେଜିଙ୍ଗ୍ ଫାଷ୍ଟ୍ ଅନ୍ଲକ୍ ଆପଣଙ୍କୁ ଫୋନ୍କୁ ଫେସ୍ ଅନ୍ଲକ ମାଧ୍ୟମରେ ମାତ୍ର ୨୫୦ ଏମ୍ଏସ୍ରେ ଏବଂ ଫିଙ୍ଗର୍ପ୍ରିଂଟ୍ ଅନ୍ଲକ୍ ମାଧ୍ୟମରେ ୩୫୦ଏମ୍ଏସ୍ରେ ଆକ୍ସେସ୍ କରିବାକୁ ଅନୁମତି ଦେଇଥାଏ । ୧୦,୦୦୦ ଟଙ୍କାରୁକମ୍ ମୂଲ୍ୟ ବର୍ଗରେ ଏକ ପ୍ରଥମ ସ୍ମାର୍ଟଫୋନ୍ ଭାବେ ଏଥିରେ ୪+୬୪ ଓ ୬+୬୪ ଜିବି ରାମ୍ ଭାରିଆଂଟ୍ ରହିଛି ଯାହା ୪୫% ଉନ୍ନତ ପ୍ରଦର୍ଶନ ସୁନିଶ୍ଚିତ କରୁଛି । ଇନ୍୨ବି ୩ଟି ଆକର୍ଷଣୀୟ ରଙ୍ଗ ଯଥା ବ୍ଲାକ୍, ବ୍ଲୁ ଓ ଗ୍ରୀନ୍ରେ ଆସୁଛି ଏବଂ ଏହା ମାଇକ୍ରୋମ୍ୟାକ୍ସଇନ୍ଫୋ ଡଟ୍ କମ୍ ଓ ଫ୍ଲିପ୍କାର୍ଟରେ ଆସନ୍ତା ଅଗଷ୍ଟ ୬ ତାରିଖ ୨୦୨୧ରୁ ଯଥାକ୍ରମେ ୭୯୯୯ ଟଙ୍କା ଓ ୮୯୯୯ ଟଙ୍କାରେ ଉପଲବ୍ଧ ହେବ । ମାଇକ୍ରୋମ୍ୟାକ୍ସ ଏୟାରଫଙ୍କ୍ ଟ୍ରୁ ୱାୟାରଲେସ୍ ଷ୍ଟେରିଓ ଇୟରବଡ୍ସ ସହିତ ଅଡିଓ ବର୍ଗରେ ନିଜର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି ଏବଂ ଦୁଇଟି ମଡେଲ୍ ଲଂଚ୍ କରିଛି । ଏୟାରଫଙ୍କ୍ ୧ ପ୍ରୋ ସିଭିସି ୮.୦ (କ୍ଲିୟର ଭଏସ୍ କ୍ୟାପ୍ଚର) ନଏଜ୍ ଓ ଇକୋ କ୍ୟାନ୍ସେଲେଶନ , ବ୍ଲୁଟୁଥ୍ ୫.୨ଭି ସହ ଇନ୍ଷ୍ଟାଂଟ୍ କନେକ୍ଟିଭିଟି ସହିତ ଏକ କ୍ୱାଲ୍କମ୍ କ୍ୟୁସିସି ୩୦୪୦ ଚିପ୍ସେଟ୍ ଦ୍ୱାରା ପରିଚାଳିତ । ଏୟାରଫଙ୍କ୍୧ ପ୍ରୋ ୫ଟି ଜୀବନ୍ତ ରଙ୍ଗ-ବ୍ଲାକ୍,ହ୍ୱାଇଟ୍, ବ୍ଲୁ , ୟେଲୋ ଓ ରେଡ୍ରେ ୨୪୯୯ ଟଙ୍କାରେ ଉପଲବ୍ଧ ହେବ । ଏୟାରଫଙ୍କ୍ ୧ କଲ୍ ସମୟରେ ଏକ ସ୍ୱତନ୍ତ୍ର ପୁରୁଷ/ସ୍ତ୍ରୀ ସ୍ୱର ପରିବର୍ତନ ଫିଚର ‘ଭଏସ୍ ଉଲ୍ଟା, ଗେମ୍ ପଲ୍ଟା’ ସହିତ ଅଧିକ ଆନନ୍ଦ ପ୍ରଦାନ କରିବ । ୩ଡି ସରାଉଣ୍ଡ ସାଉଣ୍ଡ ଷ୍ଟେରିଓ ମୋଡ୍ ଓ ବ୍ଲୁଟୁଥ୍ ୫.୦ ଭି ସହ ଅଟୋ କନେକ୍ଟିଭିଟି ସହ ସୁସଜ୍ଜିତ ଏୟାରଫଙ୍କ୍ ୧ ଚାର୍ଜିଙ୍ଗକେସ୍ ସହିତ ୧୫ ଘଂଟାର ପ୍ଲେଟାଇମ୍ ପ୍ରଦାନ କରୁଛି । ଏୟାରଫଙ୍କ୍ ୧ ୫ଟି ଜୀବନ୍ତ ରଙ୍ଗ ,ହ୍ୱାଇଟ୍,ବ୍ଲୁ,ପର୍ପଲ ଓ ୟେଲୋରେ ୧୨୯୯ ଟଙ୍କାରେ ଉପଲବ୍ଧ ହେବ । ଉଭୟ ଏୟାରଫଙ୍କ୍ ୧ ଓ ୧ ପ୍ରୋ ମାଇକ୍ରୋମ୍ୟାକ୍ସଇନ୍ଫୋ ଡଟ୍ କମ୍ ଓ ଫ୍ଲିପ୍କାର୍ଟରେ ଆସନ୍ତା ଅଗଷ୍ଟ୧୮ ତାରିଖ ୨୦୨୧ରୁ ଉପଲବ୍ଧ ହେବ । ଏହି ଶୁଭାରମ୍ଭ ଉପରେ ମତ ରଖି ମାଇକ୍ରୋମ୍ୟାକ୍ସ ଇଣ୍ଡିଆର ସହପ୍ରତିଷ୍ଠାତା ରାହୁଲ ଶର୍ମା କହିଛନ୍ତି, “ସ୍ମାର୍ଟଫୋନ୍ ହ୍ୟାଙ୍ଗିଙ୍ଗ୍ ହେଉଛି ଜଣେ ଉପଭୋକ୍ତା ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ଆହ୍ୱାନ ମଧ୍ୟରୁ ଗୋଟିଏ, ବିଶେଷ କରି ବଜେଟ୍ ସେଗ୍ମେଂଟ୍ରେ । ନୋ ହ୍ୟାଙ୍ଗ୍ ଫୋନ୍, ଇନ୍ ୨ବି ସହିତ ଉପଭୋକ୍ତାମାନେ ବେଷ୍ଟ୍ ଇନ୍-କ୍ୟାଟାଗୋରୀ ପ୍ରଦର୍ଶନ, ଅଧିକ ରାମ୍ ଓ ବ୍ୟାଟେରୀ ଲାଇଫ୍ ସହିତ ଏକ ଶକ୍ତିଶାଳୀ ପ୍ରୋସେସର ପାଇପାରିବେ ଯାହାଫଳରେ ଇଣ୍ଡିଆ ନନ୍ଷ୍ଟପ୍ ଚାଲିପାରିବ ।”

Leave A Reply

Your email address will not be published.