କଟକଣା କୋହଳ – ରାତି ୮ଟା ଯାଏଁ ଖୋଲିବ ବଜାର

65

-କଟକ ,ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି

ଭୁବନେଶ୍ୱର : କରୋନା ସଂକ୍ରମଣ ତଳମୁହାଁ ହେଉଥିବା ବେଳେ କୋଭିଡ୍ କଟକଣା ମଧ୍ୟ କୋହଳ ହେଉଛି । ଏହା ମଧ୍ୟରେ ଶନିବାର ଦିନ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆରସି) ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି ଯେ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଅଗଷ୍ଟ ମାସରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ଅର୍ଥାତ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ-ବାଜର ଗୁଡ଼ିକ ଖୋଲା ରହିବ । କଟକ ,ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ରାଜ୍ୟରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ, ପ୍ରଦର୍ଶନୀ, ବାଣିଜ୍ୟ ମେଳା-ମହୋତ୍ସବ ଆଦି କ୍ଷେତ୍ରରେ କଟକଣା ଜାରି ରହିବ । କିନ୍ତୁ ଜିଲ୍ଲା ପ୍ରଶାସନର ଅନୁମତି ନେଇ ତଥା ସ୍ଥାନୀୟ ଅଂଚଳର ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲାଯାଇପାରିବ । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗଙ୍କର ବୈଠକ ହେବ ।

ସେହିପରି ଆହାର କେନ୍ଦ୍ର ଖୋଲା ରହିବ । କୋଭିଡ ନିୟମ ପାଳନ କରି ଏଠାରେ ଲୋକେ ଖାଇପାରିବେ । ସପିଂ ମଲ ଖୋଲାଯିବ । କିନ୍ତୁ ମଲ କର୍ତୃପକ୍ଷ ଲୋକଙ୍କୁ କୋଭିଡ ନିୟମ ପ୍ରତି ସତର୍କ କରାଇବେ । କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପାପ୍ତ ବୟସ୍କର ଲୋକେ ସପିଂ ମଲ ଭିତରକୁ ପ୍ରବେଶ କରିବା ପାଇଁ କୋଭିଡ ଟିକାର ୨ଟି ଡୋଜ ନେଇଥିବା ପ୍ରମାଣ ପତ୍ର ଦେଖାଇବାକୁ ହେବ । ରେଷ୍ଟୁରାଂଟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ନାଟ୍ୟ ଶାଳା, ଥିଏଟର, ସିନେମାହଲ ୫୦ ପ୍ରତିଶତ କ୍ଷମତାରେ ଖୋଲିବ । ରାସ୍ତାକଡ଼ର ଦୋକାନରେ ଲୋକେ ଏବେ ଖାଇପାରିବେ । ନୀତି ଦିନିଆ ହାଟ ଓ ସାପ୍ତାହିକ ହାଟ ଖୋଲା ରହିବ । ଅନ୍ତଃରାଜ୍ୟ ବସ ଚଳାଚଳ କରିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଅପେରା ଅନୁଷ୍ଠାନ ଚାଲିପାରିବ । କୋଭିଡ ନିୟମ ଅନୁଯାୟୀ ସମୁଦ୍ର, ପାର୍କ, ଚିଡିଆଖାନା, ସଂଗ୍ରହାଳୟ ଖୋଲିବ । ଅଟୋ, ଟ୍ୟାକ୍ସି ଆଦି ନିଦ୍ଦିଷ୍ଟ ସିଟ ଅନୁସାରେ ପରହିବହନ ହୋଇପାରିବେ ।

ଏସ୍ଆରସି କହିଛନ୍ତି, କୋଭିଡର ୨ୟ ଲହର ଚାଲିଛି । ଏହି ସମୟ ମଧ୍ୟରେ ରାଜ୍ୟର ୨୭ଟିଜିଲ୍ଲାରେ ସଂକ୍ରମଣ ନଗଣ୍ୟ ଅଛି । ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ସଂକ୍ରମଣ ଟିକିଏ ଅଧିକ ରହିଛି । ବିଶ୍ୱର କିଛି ସ୍ଥାନରେ କୋଭିଡର ୩ୟ ଲହର ଆରମ୍ଭ ହୋଇଯାଇଥିବା ଶୁଣାଯାଉଛି । ରାଜ୍ୟରେ ଗତ ମେ’ ମାସ ୫ ତାରିଖ ଠାରୁ ଲକଡାଉନ ସହିତ କିଛି କଟକଣା ରଖିଛୁ । ଦୀର୍ଘ ୨ ମାସ ପରେ ଏହା ଧୀରେ ଧୀରେ କୋହଳ ହୋଇଥିଲା । କୋଭିଡକୁ ଜିତିବାକୁ ହେଲେ କଟକଣା ଭିତରେ ହିଁ ରହିବାକୁ ରହିବ । କିନ୍ତୁ ସଂପୂର୍ଣ୍ଣ ଲକଡାଉନ କଲେ ଜୀବନ ଓ ଜୀବିକା ପ୍ରଭାବିତ ହେବ ।

Comments are closed.