ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର

69

ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର ବ୍ୟବସ୍ଥା କରାଯାଇଛି । ଅଗଷ୍ଟ ୧ ତାରିଖ ଦିନ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ ଖୋଲି ଗୋଣ୍ଡ ଜନଜାତିଙ୍କ ଘର ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାର ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଗୋଣ୍ଡ ଜନଜାତି ବସବାସ କରିଥାନ୍ତି । ଗୋଣ୍ଡ ଜନଜାତି ଗୋଟିଏ କୋଠରିବିଶିଷ୍ଟ ଘରେ ରୁହନ୍ତି । ଘରର ତିନିପଟେ ବାରଣ୍ଡା ରହିଥାଏ । ଘରର କାନ୍ଥଗୁଡ଼ିକୁ ପାରମ୍ପରିକ ଗୋଣ୍ଡ ଚିତ୍ରକଳାରେ ସୁନ୍ଦର ଭାବେ ରଙ୍ଗ ସାହାଯ୍ୟରେ ଅଙ୍କନ କରାଯାଇଥାଏ । ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ପ୍ରାଣୀମାନଙ୍କୁ ପ୍ରତୀକ ସ୍ୱରୂପ ନିଆଯାଇ କାନ୍ଥରେ ଚିତ୍ର ଅଙ୍କନ କରାଯାଏ । ଘରର ଗୋଟିଏ ପାଖରେ ଚୁଲି ସ୍ଥାନିତ କରାଯାଇଥିବାବେଳେ ଅନ୍ୟ ପଟରେ ମାଛମରା ଉପକରଣ ରଖାଯାଇଥାଏ । ଘରର ମୁଖ୍ୟ ସ୍ଥାନରେ ଖାଦ୍ୟଶସ୍ୟ ରଖିବା ନିମନ୍ତେ କାଠତିଆରି ମଂଚ ମଧ୍ୟ କରାଯାଇଥାଏ ।

Comments are closed.