ଦୁର୍ବୁତଙ୍କ ଗୁଳି ମାଡରେ ମହିଳା ଢ଼ାବା ମାଲିକାନୀ ଙ୍କ ମୃତ୍ୟୁ

0 59

ନୂଆପଡା ୧/୮ ନୂଆପଡା ଜ଼ିଲ୍ଲା ଖରିଆର ଥାନା ଡୁଆଝର ଗାଁ ରେ ଏକ ଅଘଟଣ ଘଟିଛି। ରାତିରେ ଅପନା ଢାବାର ମାଲିକାଣୀ ବାସନ୍ତୀ ମେହେର କୁ ଦୁଇଜଣ ଦୃବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପରିବାର ଲୋକେ ମତ ପ୍ରକାଶ କରିଛନ୍ତି। ସୂଚନାନୁଯାୟୀ ରାତି ପ୍ରାୟ ୮ଟା ବେଳେ ଏକ ବାଇକ ରେ ଦୁଇ ଜଣ ଅଚିହ୍ନା ଯୁବକ ଢ଼ାବା ସାମ୍ନାରେ ଏକ ବାଇକ ଯୋଗେ ଆସି ଅଟକି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆସି ପ୍ରଥମେ ପାଣି ମାଗିଥିଲେ ପରେ ଖାଇବାକୁ ରୁଟି ମିଳିବ କି ବୋଲି ପଚାରି ଥିବା ବେଳେଅନ୍ୟଜଣେ ଦୃବୁତ୍ୱ ଗୁଳିମାଡ଼ କରି ପିସ୍ତଲ ଛାଡ଼ି ଫେରାର ହୋଇଯାଇଥିଲେ। ଢ଼ାବା ରେ କାମ କରୁଥିବା ଲୋକଙ୍କ ସହ ବାସନ୍ତୀଙ୍କ ସ୍ୱାମୀ ସଙ୍ଗେ ସଙ୍ଗେ  ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲ କୁ ନେଇଯାଇଥିଲେ । ହେଲେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ଅପରପକ୍ଷେ ଖବର ପାଇ ଖରିଆର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଜ଼ିଲ୍ଲା ର ସମସ୍ତ ସୀମାକୁ ସିଲ କରାଯାଇଛି । ଏନେଇ ନୂଆପଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଙ୍କ ପ୍ରତିକ୍ରିୟା ନେବାରୁ ସେ ଆସାମୀ ଖୁବ ଶୀଘ୍ର ଧରା ପଡିବ ବୋଲି କହିଛନ୍ତି । 

Leave A Reply

Your email address will not be published.