ହକିକୁ ନୂଆ ଦିଗ ଦେଇଛନ୍ତି ନବୀନ: ଛୁଟୁଛି ପ୍ରଶଂସା ସୁଅ

0 67

-ସେମିରେ ମହିଳା ଟିମ୍

ଭୁବନେଶ୍ୱର : ପ୍ରଥମଥର ପାଇଁ ପୁରୁଷ ପରେ ଭାରତୀୟ ମହିଳା ହକି ଟିମ୍ ସେମିଫାଇନାଲ୍ ରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି ମହିଳା ହକି ଟିମ୍ । ଏହା ପୂର୍ବରୁ ଭାରତୀୟ ପୁରୁଷ ହକି ଟିମ୍ ମଧ୍ୟ ଦୀର୍ଘ ୪୧ବର୍ଷ ପରେ ଅଲିମ୍ପିକ୍ ରେ ସେମି ଫାଇନାଲକୁ ପ୍ରବେଶ କରିଛି । ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍ର ପ୍ରାୟୋଜକ ରହିଛି ଖାଲି ସେତିକି ନୁହେଁ ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ । ଓଡ଼ିଶାରେ ହକିର ଉନ୍ନତି ହେବାରୁ ଆଜି ଓଡ଼ିଶାରୁ ପୁରୁଷ ହକି ଟିମ୍ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବାବେଳେ ମହିଳା ଟିମ୍ ରେ ଦି୍ ଗ୍ରେସ୍ ଏକ୍କା ଅଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ନୂଆ ଦିଗ ଦେଇଛନ୍ତି । କଳିଙ୍ଗ ଷ୍ଟାଡିୟମକୁ ନବୀନ ନୂଆରୂପ ଦେଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ସେ ଆହୁରି ମଧ୍ୟ କହିଛନ୍ତି କି ବଜେଟ୍କୁ ୮ କୋଟିରୁ ୩୦ କୋଟି କରାଯାଇଛି । ଓଡ଼ିଶାରେ ନବୀନ ନିଜେ ହକି ମ୍ୟାଚ୍ର ଆୟୋଜନ କରିଥିବା ବେଳେ ପୁରା ବିଶ୍ୱ ଆଗରେ କଳିଙ୍ଗ ଷ୍ଟାଡିଅମକୁ ପରିଚିତ କରାଇଛନ୍ତି । ଯେଉଁଥିପାଇଁ ହକି ଟିମ୍କୁ ସାରା ବିଶ୍ୱ ପ୍ରଶଂସା କରିଥିଲା । ସେପଟେ ଅଲମ୍ପିକ୍ସରେ ପୁରୁଷ ଓ ମହିଳା ହକିର ବିକାଶ ପାଇଁ ରହିଛି ଓଡ଼ିଶା ସରକାରଙ୍କ ହାତ ରହିଛି । ଏଥିାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ବିଭାଗ,ବିଶାଲ ଦେବ, ଭିନିଲ କ୍ରାଷ୍ଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ । ମୁଖ୍ୟମନ୍ତ୍ରୀ ହକିକୁ ଅନ୍ୟ ଖେଳ ପରି ପ୍ରାଥମିକତା ଦେଇ ଏହାର ବିକାଶ କରୁଛନ୍ତି । ଦୁଇବର୍ଷ ହେବ ପୁରୁଷ ଓ ମହିଳା ହକି ଟିମ୍ ରେ ପ୍ରାୟୋଜକ ରହିଛି ଓଡ଼ିଶା । ପ୍ରାୟୋଜକ ପାଇଁ କେହି ରାଜି ହେଉନଥିବା ବେଳେ, ଓଡ଼ିଶା ପ୍ରାୟୋଜକ ହୋଇଥିଲା ବୋଲି ଦିଲ୍ଲୀପ ତିର୍କୀ କହିଛନ୍ତି । ହକିର ପ୍ରସାର ପାଇଁ ବିଶ୍ୱକପ୍ ହେଲା ଯାହା ବଡ଼ ସଫଳତା । ହକି କ୍ୟାମ୍ପ, ଚାମ୍ପିଅନସ୍ ଟ୍ରଫି ମଧ୍ୟ ଆୟୋଜନ କରାଗଲା । ଆଗାମୀ ବିଶ୍ୱକପ ବି ରାଉରକେଲା ଓ ଭୁବନେଶ୍ୱରରେ ହେବ । ବିଜୟ ପରେ ଓଡ଼ିଆ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି କ୍ରୀଡ଼ାମନ୍ତ୍ରୀ ।

ବିଶ୍ୱରେ ଓଡ଼ିଶାର ଟେକ ରଖିଲେ ଆମ ଖେଳାଳି ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ପ୍ରତିବଦ୍ଧତାରୁ ଅନେକ ସଫଳତା ମିଳିଛି । ଆଜି ଯଦି କିଏ ସବୁଠୁ ବେଶି ଖୁସି ଓ ଉତ୍ସାହିତ ହେବା କଥା ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ । ସେଥିପାଇଁ ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ । ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାରୁ ପ୍ରଶଂସା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ମହିଳା ହକି ଦଳର ବିଜୟର ସମସ୍ତ ଶ୍ରେୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଯିବ ବୋଲି କହିଛନ୍ତି ରାଜଦୀପ୍ । ଅଧିକାଂଶ ରାଜନେତା ଓ କର୍ପୋରେଟ୍ କ୍ରିକେଟ୍ ସହିତ ସଂଶ୍ଳିଷ୍ଟ । କାରଣ କ୍ରିକେଟ୍ରେ ରହିଛି ହକିଠାରୁ ଅଧିକ ରୋମାଞ୍ଚ । ସେଥିପାଇଁ ଯେହେତୁ କ୍ରିକେଟରେ ଅଧିକ ରୋମାଞ୍ଚ ରହିଛି ସେଥିପାଇଁ ସମସ୍ତେ ସେଥିରେ ଯୋଡ଼ି ହୋଇଛନ୍ତି । କିନ୍ତୁ ଓଡ଼ିଶା ଏମିତି ଏକ ରାଜ୍ୟ ଯିଏ ହକି ସହିତ ଯୋଡ଼ି ହୋଇ ଏବେ ବିଶାଳ ଉଦାହରଣ ସୃଷ୍ଟି କରିଛି । ଭାରତୀୟ ମହିଳା ହକି ଟିମ୍ ରେ ବିଜୟ ପରେ ଟ୍ୱିଟ୍ କରି ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ । ମୁଖ୍ୟମନ୍ତ୍ରୀଙ୍କ ଚେଷ୍ଟା ପାଇଁ ତୃଣମୂଳସ୍ତରରଖେଳାଳିଙ୍କ ପ୍ରତିଭାର ବିକଶିତ କରାଯାଉଛି । ଯେତେବେଳେ ଭାରତ ଜାତୀୟ ଖେଳର ଅସ୍ଥିତ୍ୱ ରଖିବାକୁ ସଂଘର୍ଷ ଜାରି ରଖିଥିଲା । ଭାରତୀୟ ହକି ଦଳର ଭାଗ୍ୟ ୨୦୧୮ଠାରୁ ବଦଳିବା ଆରମ୍ଭ ହେଲା । ଆଉ ତା’ପଛରେ ଥିଲା ମୁଖ୍ୟମନ୍ତ୍ରୀଙ୍କ ଥିଲା ଖେଳ ପ୍ରତି ଆଗ୍ରହ । ଭାରତୀୟ ହକିର ଉତ୍ଥାନରେ ଓଡ଼ିଶାର ବଡ଼ ଭୂମିକା ରହିଛି ।

୨୦୧୮ରୁ ଭାରତୀୟ ସିନିୟର ଓ ଜୁନିୟର ଉଭୟ ମହିଳା ଓ ପୁରୁଷ ଟିମ୍ ରେ ପ୍ରାୟୋଜକ ରହିଛି ଓଡ଼ିଶା । ୫ ବର୍ଷରେ ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରହିଛି । ଜାତୀୟ ଖେଳ କୁହାଯାଉଥିବା ହକି ତାର ଅସ୍ଥିତ୍ୱ ବଞ୍ଚାଇ ରଖିବାକୁ ଯେତେବେଳେ ସଂଘର୍ଷ କରୁଥିଲା, ସେ ସମୟରେ ସାହାଯ୍ୟ ପାଇଁ ଆଗକୁ ଆସିଥିଲା ଓଡ଼ିଶା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ବିଶ୍ୱକପ୍ ଆୟୋଜନ କରିଥିଲା ଓଡ଼ିଶା । ୨୦୨୩ ବିଶ୍ୱକପ୍ ଆୟୋଜନ ପାଇଁ ପ୍ରଚେଷ୍ଟା ଚାଲିଛି । ଭୁବନେଶ୍ୱର ଏବଂ ରାଉରକେଲାରେ ହେବ ଏହି ମ୍ୟାଚ୍ । ଓଡ଼ିଶା ଦେଶକୁ ଦେଇଛି ଅନେକ ପ୍ରତିଭାବାନ୍ ଖେଳାଳି । ହକିରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଥିଲେ ତାର ସଫଳତା ଟୋକିଓରେ ପ୍ରତିଫଳିତ ହୋଇଛି । ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ୍ ଅଲିମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରିଛି । ଭାରତୀୟ ହକି ଟିମ୍ ରେ ଏହି ଐତିହାସିକ ବିଜୟରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ । ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିବା ପରେ ଭିଡିଓ ଏବଂ ଟ୍ୱିଟ୍ ମାଧ୍ୟମରେ ଭାରତୀୟ ହକି ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟିମ୍ ଆଗକୁ ଭଲ ପ୍ରଦର୍ଶନ କରୁ ଇତିହାସରେ ନିଜର ସ୍ଥାନ ପକ୍କା କରୁ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ । ଦେଶ ପାଇଁ ଗୌରବ ଆଣୁ ଏହି ଆଶା ରଖିଛନ୍ତି ନବୀନ । ଭାରତୀୟ ମହିଳା ଟିମ୍କୁ ସଫଳତାର ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଯେତେବେଳେ ଭାରତ ସହ ଅଷ୍ଟ୍ରେଲିଆର ମ୍ୟାଚ୍ ଜାରି ରହିଥିଲ. ସେତେବେଳେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ରହି ସମ୍ପୂର୍ଣ୍ଣ ମ୍ୟାଚ୍କୁ ଦେଖୁଥିଲେ । ଭାରତୀୟ ମହିଳା ହକି ଦଳ ଜିତିବା ପରେ ଇଣ୍ଡିଆ ହକି ଟିମ୍ ବେଷ୍ଟ ଅଫ୍ ଲକ୍ ବୋଲି କହିଥିଲେ । ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍ର ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ । ଓଡ଼ିଶାରୁ ପୁରୁଷ ହକି ଟିମ୍ ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍ ରେ ଦିପ୍ ଗ୍ରେସ୍ ଏକ୍କା ଅଛନ୍ତି ।

Leave A Reply

Your email address will not be published.