ଚରିତ୍ର ପ୍ରମାଣପତ୍ର ପାଇଁ ଡାକ୍ତର ୨୦୦ ଟଙ୍କା ମାଗିବା ଘଟଣା- ସହରରେ ଚର୍ଚ୍ଚାର ବିଷୟ

89

ଟିଟିଲାଗଡ଼ : ଦିନକୁ ଦିନ ଦେଶରେ ତଥା ରାଜ୍ୟରେ ବେରୋଜଗାରି ବଢୁଛି, ଛାତ୍ର ଛାତ୍ରୀ ରୋଜଗାର ତଥା ଚାକିରି ଖଣ୍ଡିଏ ପାଇଁ ବହୁତ ପରିଶ୍ରମ କରୁଛନ୍ତି। ବିଭିନ୍ନ ପଦପଦବୀ ପାଇଁ ଯେତେବେଳେ ଆବେଦନ କରିବାକୁ ପଡେ ସେତେବେଳେ ରେଶିଡେନସିଆଲ ପ୍ରମାଣପତ୍ର, ଏମ୍ପ୍ଲୟେମେଣ୍ଟ ଏକ୍ସଚେଞ୍ଜର ପଞ୍ଜିକରଣ ପ୍ରମାଣ ପତ୍ର, ଜାତି ପ୍ରମାଣପତ୍ର, ଚରିତ୍ର ପ୍ରମାଣପତ୍ର ସହ ଶିକ୍ଷାଗତ ଯୋଗ୍ୟତାର ନକଲ କପି ଦେବାକୁ ପଡିଥାଏ। ଏବେ କିଛି ଦିନ ହେବ ବିଭିନ୍ନ ପଦପଦବୀ ପାଇଁ ଆବେଦନ କରିବାକୁ ବିଜ୍ଞାପନ ବାହାରିଥିବା ବେଳେ ଆବେଦନ ପାଇଁ ବହୁ ଯୁବକ ଯୁବତୀ ଏହି ସବୁ ଉପରରେ କୁହାଯାଇଥିବା ପ୍ରମାଣ ପତ୍ର ସଂଗ୍ରହ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଜଣେ ଯୁବକ ଚରିତ୍ର ପ୍ରମାଣ ପତ୍ର ବାହାର କରିବା ପାଇଁ ପ୍ରଥମେ ଟିଟିଲାଗଡ଼ ତହସିଲଦାର ପ୍ରେମ୍ ଲାଲ ହିଆଲ ଙ୍କ ପାଖକୁ ଯାଇଥିଲେ, ସେଠି ନ ହେବାରୁ ସରକାରି ଡାକ୍ତରଖାନା ଭିତରେ ରହୁଥିବା ଡାକ୍ତର ମହାନ୍ତିଙ୍କ ନିକଟକୁ ଯାଇ ଗୋଟିଏ ଚରିତ୍ର ପ୍ରମାଣପତ୍ର ଆମ ନାଁ ରେ କରିଦିଅନ୍ତୁ ବୋଲି କହିଥିଲେ, ଡାକ୍ତର କରିଦେବି ଫିସ ଦୁଇ ଶହ ଟଙ୍କା ନେବି ବୋଲି କହିଥିଲେ, ତାପରେ ସେହି ଯୁବକ ମାନେ ଦୁଇ ଶହ ଟଙ୍କା ନ ଦେଇ ପଳାଇ ଆସିଥିଲେ କିନ୍ତୁ ଡାକ୍ତର ଦୁଇ ଶହ ଟଙ୍କା ମଗୁଥିବା ସମୟରେ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ଏବେ ତାହା ଚାରିଆଡ଼େ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଥିବା ବେଳେ ଡାକ୍ତରଙ୍କୁ ପଚାରିବାରୁ ଡ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେମାନେ ମୋ ଘରକୁ ଆସି ଚରିତ୍ର ପ୍ରମାଣ ପତ୍ର ବାହାର କରିବା ପାଇଁ କହିବାରୁ ମୁଁ ଦୁଇ ଶହ ଟଙ୍କା ଫିସ ନେବି ବୋଲି କହିଲି, ଯାହା କି ମୋର ପ୍ରାପ୍ୟ, ସେମାନେ ଦେଲେନି ପଳାଇଲେ କିନ୍ତୁ ମୁଁ ତ ତାଙ୍କୁ ଲାଞ୍ଚ ମାଗିନି, ମୋର ଫିସ ମାଗିଲି, କିନ୍ତୁ ମୋ ଘରକୁ ଆସି ଫିସ ଦେଇ ନ ପାରି ମୋର ଅଜାଣତରେ ଇମିତି ଭିଡିଓ କରିବା ଉଦ୍ଦେଶ୍ୟ କଣ ? ମୁଁ ଡାକ୍ତରଖାନାରେ କାର୍ଯ୍ଯ କରୁଥିବା ସମୟରେ ତ କାହାକୁ ମାଗିନି, ମୋ ଘରକୁ ଆସି କହିବାରୁ ମୁଁ ମୋର ଫିସ ମାଗିଲି, ଭୁଲ କଣ ହେଲା ବୋଲି କହିଛନ୍ତି ?

ଅନ୍ୟପଟେ ବେରୋଜଗାର ପିଲାଙ୍କୁ ଦୁଇ ଶହ ଟଙ୍କା ମାଗିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାର ମଧ୍ୟ ଏ ଦିଗରେ ଦୃଷ୍ଟି ଦେଇ ଆବେଦନ କରୁଥିବା ଛାତ୍ର ଛାତ୍ରୀ ଙ୍କୁ ଏଭଳି ଜଞ୍ଜାଳରୁ ମୁକ୍ତି କରି ସେଲ୍ଫ ଆଟେ଼ଷ୍ଟେଡ କିମ୍ବା ଯେଉଁ କାର୍ଯ୍ୟାଳୟରେ ସୁବିଧାରେ ପ୍ରମାଣ ପତ୍ର ମିଳିବା ବ୍ୟବସ୍ଥା କଲେ ହୁଏତ ଏପରି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ। ସହଜେ ଚାକିରି ଖଣ୍ଡିଏ ପିଲାଙ୍କୁ ମିଳୁନି, ସେଥିରେ ପୁଣି ପ୍ରମାଣ ପତ୍ର କାଢିବା, ଆଟେଷ୍ଟେଡ ଭଳି ବ୍ୟବସ୍ଥା ସୁବିଧାରେ ନ ହେଉଥିବା ନେଇ ବିଭିନ୍ନ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଏ ଦିଗରେ ସରକାର ଅତି ଶୀଘ୍ର କିଛି ପଦକ୍ଷେପ ନେଲେ ଭଲ ହୁଅନ୍ତା। ସେମିତିବି ଆଜିକାଲି ଡାକ୍ତରଙ୍କ ଅଭାବ ଥିବା ବେଳେ ରୋଗି ଦେଖିବାର ସମୟ ମିଳୁ ନାହିଁ, ସେଥିରେ ପୁଣି ବିଭିନ୍ନ ପ୍ରମାଣପତ୍ର ଦେବା ଡ଼ାକ୍ତରଙ୍କ ପକ୍ଷରେ ଆଉ କଷ୍ଟ ଦାୟକ ବିଷୟ, ସେମାନଙ୍କୁ କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଣାମ ପତ୍ର ଦେବା ଭଳି ପ୍ରାବଧାନ କଲେ ଭଲ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.