ଅଳିଆ ଆବର୍ଜନା କୁଣ୍ଡ ଭର୍ତି ପରେ ଫିଙ୍ଗା ଯାଉନଥିବା ଅଭିଯୋଗ

70

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ବ୍ଲକ କାର୍ଯ୍ୟଳୟ ପଛପଟ କୁ ଲାଗିରହିଛି ଫକଟପଡା । ସହର ପାଖକୁ ଲାଗି ରହିଥିଲେ ମଧ୍ୟ ଏହି ଫକଟପଡା ଟି ଗଡ୍ରରାମୁଣ୍ଡା ପଂଚାୟତ ଅଧୀନରେ ରହିଛି । ଫକଟପଡା ର ଉପର ପଟ ରେ ଅଳିଆ ଆବର୍ଜନା ପକାଇବା ପାଇଁ ତିନି ଗୋଟି କୁଣ୍ଡ ରଖାଯାଇଛି । ଏହି କୁଣ୍ଡର ଉପର ମୁଣ୍ଡ ରେ ରହୁଥିବା ଫକଟପଡା ବାସୀ ଅଳିଆ ଆବର୍ଜନା ପକାଇଥାନ୍ତି । କିନ୍ତୁ କିଛିଦିନ ହେଲା ଅକିଆ ଆବର୍ଜନା ପକାଯାଉଥିବା ତିନି ଗୋଟି କୁଣ୍ଡ ଭର୍ତି ହୋଇଯାଇଛି । ଏବେ ଲୋକମାନେ ଅକିଆ ଆବର୍ଜନା କୁଣ୍ଡ ରେ ଆଉ ସ୍ଥାନ ନ ଥିବାରୁ ତଳେ ପକାଇବା ପାଇ ବାଧ୍ୟ ହେଉଛନ୍ତି । ଯାହାଫଳରେ ତଳେ ପଡିଥିବା ଅଳିଆ ଆବର୍ଜନା କୁ ଗାଈଗୋରୁ ଙ୍କ ସମେତ କୁକୁର ଦଳ ମାନେ ବାହାର କରି ଏଣେତେଣେ ଫିଙ୍ଗି ଦେଉଥିବାରୁ ପଡାରେ ଦୁର୍ଗନ୍ଧ ବାହାରୁଛି । ଏବିଷୟରେ ପଂଚାୟତ କୁ କହିଲେ ମଧ୍ୟ ପଂଚାୟତ କର୍ମକର୍ତ୍ତା କେହି ଶୁଣୁନଥିବା ପଡାବାସି ଅଭିଯୋଗ କରିଛନ୍ତି । ଏବିଷୟରେ ଖଡ଼ିଆଳ ବ୍ଲକ ଉନ୍ନୟନ ଅଧିକାରୀ ନାରାୟଣ ସାହୁ ଙ୍କୁ ଯୋଗାଯୋଗ କରିବାରୁ ମୁ ପିଇଓ ଙ୍କ ସହିତ କଥା ହେଉଛି ଓ ଅଳିଆ ଆବର୍ଜନା ଫିଙ୍ଗିବାର ବ୍ୟବସ୍ଥା କରିବା ପାଇଁ କହୁଛି ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments are closed.