ଓଡ଼ିଶାକୁ ତୃତୀୟ ଲହର ଡର କମ୍ !

63

ଭୁବନେଶ୍ୱର : ଭାରତରେ ତତୀୟ ଲହର ଆସିପାରେ କିନ୍ତୁ ପ୍ରଭାବୀ ହେବନାହିଁ । ସଂକ୍ରମଣ କମ୍ ରହିବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । ଓଡ଼ିଶାରେ ତାର ପ୍ରଭାବ ଆହୁରି କମ୍ ରହିବ । ଲୋକମାନେ ସଚେତନ ରହିବା, ଟିକାକରଣ ଅଧିକ ହେବା, ମୁକାବିଲା ପାଇଁ ଆପଣା ଯାଉଥିବା ପଦ୍ଧତି କାରଣରୁ ତୃତୀୟ ଲହର ଆସିଲେ ବି ସଂକ୍ରମଣର ପ୍ରଭାବ କମ୍ ରହିବ । କେରଳ, ମହାରାଷ୍ଟ୍ରରେ ସଂକ୍ରମଣ ବଢିବା ତୃତୀୟ ଲହରର ସଙ୍କେତ । ତେଣୁ ଏଇଠି ଯଦି ଆମେ ନ ଅଟକାଇବା ତେବେ ତୃତୀୟ ଲହରକୁ ସମ୍ମୁଖୀନ ହେବା । ଡେଲ୍ଟା ଭାଇରସ୍ ଏବେ ୧୨୦ ଦେଶରେ ତାର ପ୍ରଭାବ ବିସ୍ତାର କରିଚାଲିଛି । ଆଇଆଇଟି କାନପୁର ଓ ହାଇଦ୍ରାବାଦର ଆକଳନ ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହର । ଏଥିପାଇଁ ଆମେ ପ୍ରସ୍ତୁତ ରହିବାକୁ ପଡ଼ିବ ।

ଯଦି ବି ତୃତୀୟ ଲହର ଆସେ, ଓଡ଼ିଶାରେ ବିଶେଷ ପ୍ରଭାବ ରହିବନି ବୋଲି ଡିଏମ୍ଇଟି କହିଛନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତରେ ରାଜ୍ୟକୁ ସଂକ୍ରମଣ ଆସିଲେ ମଧ୍ୟ ପିକ୍ ସମୟରେ ଦୈନିକ ସଂକ୍ରମଣ ୪ରୁ ୫ହଜାର ଭିତରେ ରହିବ । ତେବେ ତୃତୀୟ ଲହର କେତେ ପ୍ରଭାବୀ ରହିବ ତାହା କୋଭିଡ୍ ନିୟମ ଅନୁପାଳନ, ଭାଇରସ୍ ମ୍ୟୁଟେସନ୍, ସର୍ଭେଲାନ୍ସ ଓ ଟିକାକରଣ ଉପରେ ନିର୍ଭର କରିବ । ଅଧିକାଂଶ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବାରୁ ପ୍ରଥମ ଲହରଠାରୁ ଏହାର ପ୍ରଭାବ କମ୍ ରହିପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ରାଜ୍ୟରେ କୋଭିଡ୍ ସ୍ଥିତିରେ ସୁଧାର ଆସୁଥିବାରୁ
ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ କୋଭିଡ୍ ନିୟମ ଅନୁପାଳନ ସହ ଟିକାକରଣ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ରାଜ୍ୟରେ ଦିନକରେ ୧୧୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫୭ ଜଣ କ୍ୱାରେଣ୍ଟାଇନରେ ଥିଲେ । ବାକି ୪୭୨ଟି ହେଉଛି ଲୋକାଲ୍ କେସ୍ ।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧୦୨ କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୫୫, ବାଲେଶ୍ୱରରୁ ୭୨, ବରଗଡ଼ରୁ ୩, ଭଦ୍ରକରୁ ୬୦, ବଲାଙ୍ଗିରରୁ ୪, ବୌଦ୍ଧରୁ ୪, କଟକରୁ ୧୩୫, ଦେବଗଡ଼ରୁ ୮, ଢେଙ୍କାନାଳରୁ ୭, ଗଞ୍ଜାମରୁ ୨, ଜଗତସିଂହପୁରରୁ ୬୩,ଯାଜପୁରରୁ ୪୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୬୬, କେନ୍ଦୁଝରରୁ ୮, କୋରାପୁଟରୁ ୨, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୩, ପୁରୀରୁ ୪୮,ରାୟଗଡ଼ାରୁ ୬, ସମ୍ବଲପୁରରୁ ୧, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫ ଓ ଷ୍ଟେଟ ପୁଲରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ଯେଉଁ ୬୯ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ୩ ଲେଖାଏ,ବଲାଙ୍ଗିର, ନୟାଗଡ଼ରେ ଜଣେ ଲେଖାଏଙ୍କ ମୃତ୍ୟୁ ହୋଇଛି । ଏହାବାଦ କଟକରୁ ୯, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨,ଜଗତସିଂହପୁରରୁ ୩, ଯାଜପୁରରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୬, ପୁରୀରୁ ୭ଆକ୍ରାନ୍ତ ଆଖି ବୁଜିଛନ୍ତି । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୮୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨୬୨, ବାଲେଶ୍ୱରରେ ୧୯୫, ଭଦ୍ରକରେ ୮୯, ମୟୂରଭଞ୍ଜରେ ୨୧୪, ବଲାଙ୍ଗିରରେ ୧୦୩, ନୟାଗଡ଼ରେ ୧୫୦ ଆକ୍ରାନ୍ତ ଆଖି ବୁଜି ସାରିଲେଣି । ଏହାବାଦ କଟକରେ ୩୬୬, ଢେଙ୍କାନାଳରେ ୧୨୭, ଗଞ୍ଜାମରେ ୪୪୯, ଜଗତସିଂହପୁରରେ ୧୦୬,ଯାଜପୁରରେ ୭୬, କଳାହାଣ୍ଡିରେ ୨୦୦, କେନ୍ଦ୍ରାପଡ଼ାରେ ୧୪୫, ପୁରୀରେ ସମୁଦାୟ ୩୭୫ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଲୁହରେ ବି ବ୍ୟାପିପାରେ କରୋନା :

କୋଭିଡ୍ ରୋଗୀଙ୍କ ଲୁହ ଜରିଆରେ ମଧ୍ୟ ସଂକ୍ରମିତ କରିପାରେ କରୋନା ଭାଇରସ୍ । କେତେକ ସଂକ୍ରମିତ ରୋଗୀଙ୍କ ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି । ତେବେ ନିଃଶ୍ୱାସପ୍ରଶ୍ୱାସ ଜନିତ ଜଳୀୟ ବିନ୍ଦୁ ବା ଡ୍ରପ୍ଲେଟ୍ ସଂକ୍ରମଣ ପ୍ରାଥମିକ କାରଣ ବୋଲି ଅନୁସନ୍ଧାନରୁ ଜଣାଯାଇଛି । ପଞ୍ଜାବ ଅମୃତସର ସ୍ଥିତ ସରକାରୀ ମେଡିକାଲ କଲେଜ ପକ୍ଷରୁ କରାଯାଇଥିବା ଗବେଷଣାରେ କୁହାଯାଇଛି ଯେ, ଚକ୍ଷୁରେ ଏକ ଅବସ୍ଥା ଆସିଥାଏ, ଯାହାକୁ ଅକୁଲାର ମାନିଫେଷ୍ଟେସନ୍ କୁହାଯାଏ । ଶରୀରର ଅନ୍ୟ କୌଣସି ଅଙ୍ଗର କାରଣ ଥିବା ରୋଗ ଜରିଆରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଏହା ଚକ୍ଷୁକୁ ସଂକ୍ରମିତ କରିଥାଏ । ଦୃଷ୍ଟିଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ । ଲୁହର ଆରଟିପିସିଆର ଟେଷ୍ଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୭.୫ ପ୍ରତିଶତ ରୋଗୀ କୋଭିଡ୍ ପଜିଟିଭ ଥିବା ଜଣାପଡ଼ିଥିଲା ।

ଚିନ୍ତା ବଢ଼ାଉଛି ଆର.ଭ୍ୟାଲ୍ୟୁ, ୧୮ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ :

ଦେଶରେ ଏବେ ଚିନ୍ତା ବଢ଼ାଇଲାଣି ରି-ପ୍ରଡକ୍ଟିଭ୍ ଭ୍ୟାଲ୍ୟୁ । ଏବେ ଦେଶରେ ଆର.ଭ୍ୟାଲ୍ୟୁ ୧.୨ ରହିଛି । ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ସମାନ ଅବସ୍ଥା । ଏସବୁ ଦେଶରେ ଆର.ଭ୍ୟାଲ୍ୟୁ ମଧ୍ୟ ୧.୨ ରହିଛି । ଦେଶର କିଛି ରାଜ୍ୟରେ ଆର.ଭ୍ୟାଲ୍ୟୁ ୧.୪ରେ ପହଞ୍ôଚଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦେଶର ୮ଟି ରାଜ୍ୟରେ ଆର.ଭ୍ୟାଲ୍ୟୁ ଏବେ ୧ ଉପରେ ରହିଛି । ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀରରେ ଆର.ଭ୍ୟାଲ୍ୟୁ ସର୍ବାଧିକ ୧.୪ ଥିବାବେଳେ ଲାକ୍ଷାଦ୍ୱୀପରେ ୧.୩,ତାମିଲନାଡୁରେ ୧.୨, ମିଜୋରାମ୍ରେ ୧.୨, କର୍ଣ୍ଣାଟକରେ ୧.୨, ପୁଡୁଚେରୀରେ ୧.୧ ଏବଂ କେରଳରେ ୧.୧ ରହିଛି । ୯ଟି ରାଜ୍ୟରେ ଆର.ଭ୍ୟାଲ୍ୟୁ ଏବେ ୧ରେ ରହିଛି । ଓଡ଼ିଶାରେ ରି-ପ୍ରଡକ୍ଟିଭ୍ ଭ୍ୟାଲ୍ୟୁ ବା ଆର.ଭ୍ୟାଲ୍ୟୁ ୧ ତଳେ ରହିଛି ବୋଲି ସୂଚନା ଦିଆଯାଇଛି । ଦେଶର ୪୪ ଜିଲ୍ଲାରେ କୋଭିଡ୍ ପଜିଟିଭିଟି ରେଟ୍ ୧୦ ପ୍ରତିଶତରୁ ଅଧିକ ରହିଛି । ଏହି ୪୪ଟି ଜିଲ୍ଲା ମଧ୍ୟରୁ କେରଳରୁ ୧୦ ଜିଲ୍ଲା ରହିଛି । ଅଧିକ ପଜିଟିଭିଟି ରେଟ୍ ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲା ନାହିଁ । ଦେଶର ୧୮ଟି ଜିଲ୍ଲାରେ ସଂକ୍ରମଣ ହାର ଉଦ୍ବେଗଜନକ ରହିଛି । ମୋଟ ଦୈନିକ ସଂକ୍ରମଣ ୪୩.୫ ପ୍ରତିଶତ ଏହି ୧୮ଟି ଜିଲ୍ଲାରୁ ବାହାରୁଛନ୍ତି ।

Comments are closed.