ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ଅଲିମ୍ପିଆନ

0 63

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ ଭାରତୀୟ ଅଲିମ୍ପିକ ଦଳର ପ୍ରତିଟି ସଦସ୍ୟଙ୍କୁ ପାର୍ଟି ଦେବେ । ସେ କାଂସ୍ୟ ପଦକ ଜିତିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିବେ । ପ୍ରଧାନମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ପ୍ରଥମେ ଲାଲକିଲ୍ଲା ଡକାଇବେ ଏବଂ ଏହାପରେ ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରତିଟି ଖେଳାଳିଙ୍କୁ ଭେଟି ଆଲୋଚନା କରିବେ । ଦେଶର ଇତିହାସରେ ପ୍ରଥମଥର ଏମିତି ହେବାକୁ ଯାଉଛି । ପ୍ରଥମଥର ଅଲିମ୍ପିକରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳର ପୂରା ଦଳକୁ ସ୍ୱାଧୀନତା ଦିବସ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ଲାଲକିଲ୍ଲାକୁ ଆମନ୍ତ୍ରଣ କରାଯିବ ।

ଖେଳାଳିଙ୍କୁ ଏହା ପୂର୍ବରୁ ଏହି ଧରଣର ସମ୍ମାନକେବେ ମିଳିନଥିଲା । ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ ୨୦୨୦ରେ ଭାରତ ୨୨୮ଜଣିଆ ଖେଳାଳି ଓ ପ୍ରବନ୍ଧକଙ୍କ ବଡ ଦଳ ପଠାଇଥିଲା । ଏଥିରୁ ୧୨୦ ଜଣ ଆଥଲେଟ୍ ଥିବାବେଳେ ବାକି କୋଚ୍ ଏବଂ ମ୍ୟାନେଜମେଣ୍ଟ ଦଳର ସଦସ୍ୟ ଥିଲେ । ଭାରତକୁ ଏ ପର୍ଯ୍ୟନ୍ତ ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ମିଳିଛି । ପୁରୁଷ ଏବଂ ମହିଳା ହକି ଦଳଠୁ ପଦକ ଆଶା ରହିଛି । ଜୁଲାଇ ୨୪ରେ ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଥିଲେ । ଏହାପରେ ଅଗଷ୍ଟ ୧ରେ ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି ।

Leave A Reply

Your email address will not be published.