ସତର୍କ କଲେ ମୁଖ୍ୟମନ୍ତ୍ରୀ : ନିୟମ ନ ମାନିଲେ ଲକ୍ଡାଉନ, ଯୁଦ୍ଧ ଏଯାଏ ସରିନାହିଁ

73

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ପୁଣି ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମ ନ ମାନିଲେ ପୁଣି ଲକ୍ଡାଉନ୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଦେଶର ଅନ୍ୟ ରାଜ୍ୟରେ କୋଭିଡ୍ କେସ୍ ବଢ଼ୁଛି । ଭୁବନେଶ୍ୱରରେ କୋଭିଡ୍ କେସ୍ ସ୍ଥିର ରହିଛି । ସେ କହିଛନ୍ତି ଯେ ଆମ ରାଜ୍ୟର ଡାକ୍ତର ଓ ସ୍ୱ୍ୱାସ୍ଥ୍ୟକର୍ମୀମାନଙ୍କ କଠିନ ପରିଶ୍ରମ ଯୋଗୁ ଏହା ସମ୍ଭବ ହୋଇପାରିଛି । ତେଣୁ ଯଦି ଆମେ ଅନଲକ୍ ଚାହିଁବା ତେବେ ନିୟମକୁ ମାନି ଚଳିବାକୁ ପଡ଼ିବ । ନଚେତ ପୁଣିଥରେ ଲକ୍ଡାଉନ୍ ଫେରିବ ବୋଲି ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଜୀବନ ଏବଂ ଜୀବିକା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କୋଭିଡ୍ ବିପଦ ଏଯାଏ ଦୂର ହୋଇନି । ତେଣୁ ଏ ଯୁଦ୍ଧ ଶେଷ ହୋଇନି । କରୋନା ଭାଇରସ୍ ଆମ ଚାରିପାଖରେ ଏବେ ବି ଲୁଚିରହିଛି । ରୂପ ବଦଳାଇ ଗୁରୁତର ଆକ୍ରମଣ କରିବାର ଶକ୍ତି ମଧ୍ୟ ତାର ରହିଛି । ତେଣୁ କୌଣସି ପ୍ରକାର ସତର୍କତାରେ ଆମେ ଢିଲା କରିବା ଅନୁଚିତ । ତେବେ ବିଶ୍ୱର କିଛି ରାଷ୍ଟ୍ରରେ କୋଭିଡର ତୃତୀୟ ଲହର ଆସିଥିବାବେଳେ
ଭାରତରେ ବୈଜ୍ଞାନିକମାନେ ଏହା ନେଇ ସତର୍କ କରାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନଙ୍କ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବା (ଅନ୍ଲକ୍) ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ ଅଧିକ ସତର୍କ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସାମାନ୍ୟ ଅସାବଧାନତା ହେଲେ କୋଭିଡ ସଂକ୍ରମଣ ପୁଣି ପ୍ରଭାବ ପକାଇବା ବୋଲି ସତର୍କ କରାଇବା ସହ ନିହାତି ଆବଶ୍ୟକ ନ ଥିଲେ ଆମେ ବାହାରକୁ ବାହାରିବା ନାହିଁ । ଭିଡ କରିବା ନାହିଁ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ ।
ଯଦି ଟିକା ଆମକୁ ସୁରକ୍ଷା ଦେଉଛି କିନ୍ତୁ ପୁନର୍ବାର ସଂକ୍ରମଣର ଭୟ ରହିଛି । ତେଣୁ ଆମ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସତର୍କ ହେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ଯେ, ଯଦି ଲୋକମାନେ କୋଭିଡ ନିର୍ଦ୍ଦେଶାବଳୀ ଉଚିତ ଭାବେ ପାଳନ ନ କରନ୍ତି, ତେବେ ପୁନର୍ବାର ସରକାର ସମ୍ପୂର୍ଣ୍ଣ ଲକ୍ଡାଉନ ଜାରି କରିବାକୁ ବାଧ୍ୟ ହେବେ । ନିଷ୍ପତ୍ତି ଆପଣଙ୍କର କାରଣ ଜୀବନ ଅମୁଲ୍ୟ । ଓଡିଶାକୁ ନିରାପଦ ରଖିବାକୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ।

‘ମହିଳା ହକି ଟିମ୍ ର ପ୍ରତିଭା ସମସ୍ତଙ୍କ ପାଇଁ ପ୍ରେରଣା’ :

ଭାରତୀୟ ମହିଳା ହକି ଟିମ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତୁମ ପାଇଁ ଗର୍ବିତ । ବିଶ୍ୱସ୍ତରରେ ଆଜି ଦେଶର ନାମକୁ ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏହି ମହିଳାମାନେ । ଭାରତୀୟ ମହିଳା ହକି ଟିମ ଆଜିର ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିଛ । ବିପକ୍ଷ ଦଳ ପ୍ରତି ଯେଉଁଭଳି ଆଭିମୁଖ୍ୟ ପୂର୍ଣ୍ଣ ମ୍ୟାଚ ଖେଳିଛନ୍ତି, ତାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ଏବଂ ଆଗମୀ ଦିନରେ ଭାରତୀୟ ମହିଳା ହକି ଟିମ ନିଶ୍ଚେ ବ୍ରୋଞ୍ଜ ପଦକ ହାସଲ କରିବା ବୋଲି ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମହିଳା ହକି ଦଳକୁ ଶୁଭେଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁଭଳି ପଦର୍ଶନ ଆଜି ଆପଣମାନେ କରିଛନ୍ତି । ତାହା ନିଶ୍ଚିତ ଭାବେ ଦେଶବାସୀଙ୍କୁ ଗର୍ବିତ କରିଛି । ଆଗାମୀ ମ୍ୟାଚ ନେଇ ମଧ୍ୟ ଶୁଭେଛା ଜଣାଇଛନ୍ତି ପ୍ରଦାନମନ୍ତ୍ରୀ ।

Comments are closed.