ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣରେ ପୋଲିସର ଯାଞ୍ଚ ବେଳେ ୨ଚମ୍ପଟ,୨ ଗିରଫ

69

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରୁ ଆନ୍ଧ୍ରକୁ ଗଞ୍ଜେଇ ଚୋରା ଚାଲାଣରେ ପୋଲିସ ଯାଞ୍ଚ କରୁଥିବା ବେଳେ ଦୁଇଜଣ ଚୋରା ଗଞ୍ଜେଇ ଚାଲାଣକାରୀ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା ବେଳେ ୨ଜଣଙ୍କୁ ପୋଲିସ ଗିରଫ କରିଥିବା ଖବର ମିଳିଛି । ଏହି ଘଟଣାରେ ପୋଲିସ ୫୨.୬୦୦ କେଜି ଗଞ୍ଜେଇ ଜବତ କରିଛି ।

ଆର୍‌.ଉଦୟଗିରି ଥାନା ସୂତ୍ରରୁ ପ୍ରକାଶ ଯେ, ଗତକାଲି ଆର୍‌.ଉଦୟଗିରି ଥାନା ଏସଆଇ ହେମନ୍ତ କୁମାର ସେଠୀ, ଏଏସ୍‌ଆଇ ସୁରଥ ଭୂୟାଁ ପ୍ରମୁଖ ରାତ୍ରକାଳୀନ ପେଟ୍ରୋଲିଂ ସାରି ଫେରୁଥିବା ସମୟରେ ମହେନ୍ଦ୍ରଗଡ-ଛେଳିଗଡ ଜାତୀୟ ରାଜପଥରେ ଓଆର୍‌୦୭ଏଫ୩୮୬୯, ଓଡି ୨୦ଏ୯୪୮୮ ତରବରିଆ ଭାବେ ଆସୁଥିବାର ଲକ୍ଷ୍ୟ କରିଥିଲେ । ଏହାକୁ ପିଛା କରିବାକୁ ଗଲାବେଳେ ଏକ ଅଟୋ ନଂ ଏପି୩୦ୱାଇ ୫୩୦୪କୁ ମଧ୍ୟ ସନ୍ଦେହ କରିଥିଲେ । ପୋଲିସ ପିଛା କରୁଥିବାର ଦେଖି ଉଭୟ ମୋଟର ସାଇକେଲ ଚାଳକମାନେ ନିଜ ନିଜ ବାଇକ ଛାଡି ଦୈଡି ଚାଲିଯାଇଥିଲେ । ଏହାପରେ ଅଟୋରିକ୍ସାଟି ଅଟକାଇ ଯାଞ୍ଚ କରିବାରେ ଏଥିରେ ୫୨.୬୦୦ କେଜି ଗଞ୍ଜେଇ ଥିବାର ଦେଖାଯାଇଥିଲା । ଅଟୋ ଚାଳକଙ୍କୁ ପଚରା ଉଚରା ବେଳେ ଗଞ୍ଜେଇକୁ ଆନ୍ଧ୍ର ଚାଲାଣ କରାଯାଉଥିବା ସ୍ପଷ୍ଟ ହୋଇଥିଲା । ଏଥିରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତି ଥିବା ଜଣାପଡିଛି । ଏନେଇ ଆର୍‌.ଊଦୟଗିରି ଥାନାରେ ୯୫/୨୧ରେ ଏକ ମକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବାର ଥାନା ସୂତ୍ରରୁ ପ୍ରକାଶ ।

Comments are closed.