ଭାବି ଶଶୁର ଘରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

74

-୧ ମାସ ବିତିଲା ନ୍ୟାୟ ଦାବି କରି ୩୨୬ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକରେ ଭାବି ଶଶୁର ଘରେ ଭାବି ଜ୍ୱାଇଁଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଗତ ଜୁଲାଇ ୫ ତାରିଖ ଦିନ ଘଟିଥିଲା । ଘଟଣାକୁ ଆଜି ଏକ ମାସ ପୂରିଛି । ହେଲେ ମୃତକଙ୍କ ପରିବାରର ଅଭିଯୋଗକ୍ରମେ ଉଚ୍ଚିତ ନ୍ୟାୟ ନମିଳିବା ପ୍ରତିବାଦରେ ଆଜି ଗ୍ରାମବାସୀମାନେ ପ୍ରତିବାଦ ଜଣାଇ ୩୨୬ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଆଜି ସକାଳ ୬ଘଣ୍ଟା ଠାରୁ ଆରମ୍ଭ ହୋଇଥିବା ଏହି ଅବରୋଧ ମଧ୍ୟାହ୍ନ ୧୨ଟା ବେଳେ ମୋହନା ତହସିଲଦାର ଓ ପୋଲିସର ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା ।

ଘଟଣାରୁ ପ୍ରକାଶ, ଗତ ଜୁଲାଇ ୫ତାରିଖ ଦିନ ଗଜପତି ଜିଲ୍ଲାର ଉସ୍ତପଦା ଗ୍ରାମର ଯୁବକ ସଞ୍ଜୟ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ତାଙ୍କ ଭାବି ଶଶୁରଙ୍କ ଲୁହାଗୁଡି ଗ୍ରାମରେ ଘଟିଥିଲା । ଏନେଇ ପରିବାରବର୍ଗ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଆଜି ଏକ ମାସ ବିତିଲା । ତଥାପି ମୃତକଙ୍କ ପରିବାରବର୍ଗଙ୍କୁ ଉଚ୍ଚିତ ନ୍ୟାୟ ମିଳିଲା ନାହିଁ । ତେଣୁ ହତ୍ୟାକାରୀଙ୍କୁ ଗିରଫ ଦାବି କରି ଆଜି ଲିଲିଗଡ ଠାରେ ଘଣ୍ଟା ଘଣ୍ଟା ଧରି ରାଜରାସ୍ତାକୁ ଗ୍ରାମବାସୀମାନେ ମିଳିତ ଭାବେ ଅବରୋଧ କରିଥିଲେ ଅଞ୍ଚଳବାସୀ । ସକାଳ ୬ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ରାସ୍ତାରେ ପୋଲିସ ବିରୋଧରେ ନାରାବାଜି ଦେବା ସହ ବିକ୍ଷୋଭ ପର୍ଦର୍ଶନ କରି ବ୍ରହ୍ମପୁର-ରାୟଗଡା ୩୨୬ ଜାତୀୟରାଜ ପଥକୁ ଲିଲିଗଡ ଠାରେ ଅବରୋଧ କରିଥିଲେ । ଅରବୋଧର ଦୀର୍ଘ ୬ ଘଣ୍ଟା ପରେ ମୋହନା ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା, ଅତିରିକ୍ତ ତହସିଲଦାର ଆଶିଷ ପ୍ରଧାନ, ଆର୍‌.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ପ୍ରମୁଖ ଆନ୍ଦୋଳନରତ ଗ୍ରାମବାସୀଙ୍କ ସହ ଆଲୋଚନା କରି ଦାବି ମୁତାବକ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟି ପରିସ୍ଥିତ ଶାନ୍ତ ପଡିଥିଲା ।

Comments are closed.