ଗଞ୍ଜାମ ଜିଲାପାଳଙ୍କ ଶେରଗଡ଼ ବ୍ଲକ ସ୍ମାର୍ଟ ହାଇସ୍କୁଲ ପରିଦର୍ଶନ

75

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ୪୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରାୟ ୨୮ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ କରାଯାଇଛି ଓ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଭୋରରୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ ବ୍ଲକ ଗସ୍ତରେ ଆସି ଏହିସବୁ ହାଇସ୍କୁଲ ଗୁଡିକ ପରିଦର୍ଶନ କରିବା ସହ ଆସନ୍ତା ୧୦ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରି ବିଦ୍ୟାଳୟ କମିଟିକୁ ହସ୍ତାନ୍ତର କରିବାକୁ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭବତଃ ଏହି ବିଦ୍ୟାଳୟ ଗୁଡିକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାସ ତୃତୀୟ ସପ୍ତାହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ, ଏଣୁ ଜିଲା ପ୍ରଶାସନ ପକ୍ଷରୁ ଏଥିନେଇ ତତ୍ପରତା ପ୍ରକାଶ ପାଇଛି ।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଶେରଗଡ ବିଡିଓ ଶମ୍ଭୁନାଥ ନନ୍ଦୀ, ବିଇଓ ଭାସ୍କର ଲେଙ୍କା, ଇଂଜିନୟର କେଦାରନାଥ ପଣ୍ଡା, ମନୋଜ କୁମାର ବେହେରା ଓ ପବିତ୍ରମୋହନଙ୍କ ସମେତ ବିଜେଡି ନେତା ମେଘନାଦ ଦାସ,ସରପଞ୍ଚଙ୍କ ପ୍ରତିନିଧି ବାଲାଜି ପ୍ରଧାନ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଉପସ୍ଥିତ ଥିଲେ ।

Comments are closed.