ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ କୃଷକଙ୍କ ଖାତାକୁ ୨୦୦୦ ଟଙ୍କା କିସ୍ତି ଆସିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କିଷାନ ଯୋଜନାର ନବମ କିସ୍ତି ଆଜି ଜାରି କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୧୨ଟା ୩୦ରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୯.୭୫ କୋଟିରୁ ଅଧିକ ଲାଭାର୍ଥୀଙ୍କ ଆକାଉଣ୍ଟକୁ ୧୯,୫୦୦ କୋଟି ଟଙ୍କାରୁ ଅଧିକ ଧନରାଶି ପଠାଇବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଇଁଜିଓଭିଇଣ୍ଡିଆ ଟ୍ୱିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦିଆଯାଇଛି ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ପଞ୍ଜୀକୃତ କୃଷକଙ୍କ ପରିବାରକୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ଏହି ହିସାବରେ ପ୍ରତି ଚାରି ମାସରେ ୨୦୦୦ ଟଙ୍କା ତିନୋଟି କିସ୍ତିରେ ପ୍ରଦାନ କରାଯାଉଛି । ସରକାର ଏହି ଟଙ୍କା କୃଷକଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରୁଛନ୍ତି । ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଯୋଜନାରେ ଅଦ୍ୟାବଧି ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଧନରାଶି ଲାଭାର୍ଥୀଙ୍କ ଆକାଉଣ୍ଟରେ ଜମା କରାଗଲାଣି ।
Comments are closed.