ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା: ୧୫୦ରୁ ଅଧିକ ସହିଦ

75

ଭୁବନେଶ୍ୱର : ୧୯୪୨ ମସିହା ଭାରତଛାଡ ଆନ୍ଦୋଳନରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ଆନ୍ଦୋଳନରେ ଓଡ଼ିଶାର ୧୫୦ରୁ ଊଦ୍ଧ୍ୱର୍ ସହିଦ ହୋଇଥିଲେ । ୭୯ବର୍ଷ ତଳର ଗୌରବାବହ ସ୍ମୃତିବହନ କରୁଥିବା ଏହି ଆନ୍ଦୋଳନ ଏବେ ବି ଦେଶବାସୀଙ୍କ ମନରେ ତାଜା ହୋଇରହିଛି । ମହାତ୍ମା ଗାନ୍ଧିଙ୍କ ‘କର ବା ମର’ ଆହ୍ୱାନକୁ ଗ୍ରହଣ କରି ଓଡ଼ିଶାରେ ଅନେକ ନେତା ଗିରଫ ହୋଇଥିବା ବେଳେ ୧୫୦୦ରୁ ଅଧିକ ସଂଗ୍ରାମୀ ସହିଦ ହୋଇଥିଲେ । ଦେଶ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟରେ ୧୯୪୨ ଅଗଷ୍ଟ ୮ ତାରିଖ ରାତିରେ ବମ୍ବେଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ମହାତ୍ମା ଗାନ୍ଧି ଇଂରେଜଙ୍କୁ ଭାରତଛାଡ଼ ଡାକରା ଦେଇଥିବାବେଳେ ଏହି ନିର୍ଣ୍ଣାୟକ ଲଢ଼େଇ ପାଇଁ ଦେଶବାସୀଙ୍କୁ ‘କର ବା ମର’ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନ ସମଗ୍ର ଦେଶରେ କମ୍ପନ ସୃଷ୍ଟି କରିବା ସହିତ ଏକ ଗଣଆନ୍ଦୋଳନରେ ପରିଣତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ୧୯୪୨ ଅଗଷ୍ଟ ୨୮ ତାରିଖରେ ବର୍ତ୍ତମାନ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ନିକଟରେ ଏକ ଶାନ୍ତିୂପୂର୍ଣ ଶୋଭାଯାତ୍ରା ଉପରେ ପୋଲିସ ଗୁଳିଚାଳନା କରିବାରୁ ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ଲକ୍ଷ୍ମଣ ନାୟକଙ୍କୁ ୧୯୪୩ ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମୁପୁର ଜେଲ୍ ରେ ଫାଶୀ ଦିଆଯାଇଥିଲା । ସେହିପରି ଉକ୍ତ ମାସ ୨୪ ତାରିଖରେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡ଼ାହାଣ୍ଡିଠାରେ ସ୍ୱାଧୀନତା ପାଇଁ ବାହାରିଥିବା ଏକ ଶାନ୍ତିୂର୍ଣ୍ଣ ଶୋଭାଯାତ୍ରା ଉପରେ ତୁରି ନଦୀକୂଳରେ ଗୁଳିଚାଳନା କରାଯିବାରୁ ୧୯ ଜଣ ସହିଦ ହୋଇଥିଲେ ।ତେବେ ପୋଲିସର ଏହି ବର୍ବରୋଚିତ ଗୁଳିଚାଳନା ଯୋଗୁ ଅନେକ ଶୋଭାଯାତ୍ରାକାରୀ ନଦୀରେ ଭାସିଯାଇଥିଲେ । ତେବେ ତାର ସଠିକ୍ ହିସାବ ନଥିଲେ ମଧ୍ୟ ୧୭ଜଣ ଗୁଳିମାଡରେ ଆହତ ହୋଇଥିଲେ ବୋଲି ସରକାରୀ ଦସ୍ତାବିଜ୍ ରୁ ସୂଚନା ମିଳେ । ସେହି ରି ଯାଜପୁର ଜିଲ୍ଲା କଇପଡ଼ା-କଳାମାଟିଆଠାରେ ୪ଜଣ ସହିଦ ହୋଇଥିବା ବେଳେ ୧୯ଜଣ ଗୁରୁତର ହୋଇଥିଲେ ।

ସେହିଭଳି ସେପ୍ଟେମ୍ବର ୨୮ତାରିଖରେ ଜାଲିଆନାୱାଲାୱାଗ୍ ଭଳି ଭଦ୍ରକ ଜିଲ୍ଲା ଇରମଠାରେ ସୃଷ୍ଟି ହୋଇଥିଲା । ସଂଗ୍ରାମୀମାନେ ଗୋଟିଏ ପଡ଼ିଆରେ ସଭାପାଇଁ ସମବେତ ହୋଇଥିବା ବେଳେ ଠାରେ ପୋଲିସ ଆଖିବୁଜା ଗୁଳିଚାଳନା କରିଥିଲା । ସେଠାରେ ଜଣେ ମହିଳାଙ୍କ ସମେତ ୨୯ଜଣ ସହିଦ ହୋଇଥିଲେ ଏବଂ ୫୦ରୁ ଊଦ୍ଧ୍ୱର୍ ଆହତ ହୋଇଥିଲେ । ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଲୁଣିଆଠାରେ ୧୯୪୨ ସେପ୍ଟେମ୍ବର ୨୨ତାରିଖରେ ଗୁଳିକାଣ୍ଡରେ ୯ଜଣ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ । ସେହି ମାସ ୨୮ ତାରିଖରେ ତୁଡ଼ିଗଡିଆ-ଖଇରାଡିହିଠାରେ ଗୁଳିମାଡରେ ୩ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିବା ବେଳେ ପୁରୀ ଜିଲ୍ଲା ନିମାପଡ଼ାଠାରେ ଜଣେ ସହିଦ ହୋଇଥିଲେ । ଢେଙ୍କାନାଳ, ନୟାଗଡ଼, ନୀଳଗିରି ଓ ତାଳଚେର ଗଡ଼ଜାତ ଅଞ୍ଚଳରେ ପୋଲିସର ଗୁଳି ଓ ଆକାଶମାର୍ଗରୁ ବୋମା ମାଡ଼ରେ ମଧ୍ୟ ବହୁ ସଂଗ୍ରାମୀ ମୃତାହତ ହୋଇଥିଲେ ।

Comments are closed.