ରାଜ୍ୟରେ ଗୋଟିଏ ଦିନରେ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ

0 101

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୭୭୫୦

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୭୭୫୦ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ କମ ୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୯୮୯୮୪୦ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୭୨୫୫ ରହିଛି ।

ଆଜି ଚିହ୍ନଟ ହୋଇଥିବା ୬୩୮ ଜଣଙ୍କ ମଧ୍ୟରୁ ୩୬୭ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୭୧ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୬ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧାରୁ ସବୁଠାରୁ ଅଧିକ ୨୬୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।

ଗତ ୨୪ ଘଂଟା ମ୍ମରେ ଅନୁଗୁଳ ଜିଲ୍ଲାରୁ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୩ ଜଣ, ବରଗଡ଼ରୁ ୬ ଜଣ, ଭଦ୍ରକରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।

ବୌଦ୍ଧ ଜିଲ୍ଲାରୁ ୧୨, କଟକରୁ ୫୭, ଦେବଗଡ ଜିଲ୍ଲାରୁ ୧୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦ ଜଣ, ଗଜପତି ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇ ହୋଇଛନ୍ତି । ଗଞ୍ଜାମରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୯ ଜଣ, ଯାଜପୁରରୁ ୩୪ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡିରୁ ୧ ଜଣ, କନ୍ଧମାଳ ଜିଲ୍ଲାରୁ ୨ ଜଣ. କେନ୍ଦ୍ରାପଡ଼ାରୁ ୨୧ ଜଣ, କେନ୍ଦୁଝରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୨୬୦ ଜଣ, କୋରାପୁଟରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ମାଲକାନଗିରି ଜିଲ୍ଲାରୁ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୦ ଜଣ, ନବରଙ୍ଗପୁରରୁ ଜଣେ ହେେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ନୟାଗଡ଼ରୁ ୭ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୨୨୧ ଜଣ, ରାୟଗଡ଼ାରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୭ଜଣ, ସୋନପୁରରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ସୁନ୍ଦରଗଡ଼ରୁ ୧୯ ଜଣ ଓ ଷ୍ଟେଟ୍ ପୁଲରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.