ଲଗାଣ ବର୍ଷାରେ ଭାଙ୍ଗିଲା ଘର

0 72

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁର ଗାଁର ଯମୁନା ନିସିକାଙ୍କ  ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ପ୍ରାୟ ୬ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବାରୁ ଘରର ମାଟି କାନ୍ଥ ଭିଜିବାରୁ ରାତି ୨ଘଣ୍ଟା ସମୟ ବେଳେ ଭୁଷୁଡି ପଡିଲା ।  ଯାହାଫଳରେ ବିଧବା ଯମୁନା ଟିକିଏ ପାଇଁ ବର୍ତ୍ତି ଯାଇଥିଲା । ରଖିଥିବା ଜିନିଷ ପତ୍ର ବର୍ଷା ଭିଜି ନଷ୍ଟ ହୋଇଯାଇଛି । ଏହାକୁ ଗ୍ରାମବାସୀ ଦେଖି ରାଜସ୍ୱ ଅଧିକାରୀ ଓ ସରପଞ୍ଚ ଵିଜୟ ଲକ୍ଷ୍ମୀ ତିମାକାଙ୍କୁ ଜଣାଇଥିଲେ । ଘଟଣା  ସ୍ଥଳକୁ ସରପଞ୍ଚଙ୍କ ସ୍ବାମୀ ଧନସିଂ ତିମାକା ପହଞ୍ଚି ଥିବା ବେଳେ ରାଜସ୍ୱ ଅଧିକାରୀମାନେ ପହଞ୍ଚି ନଥିଲେ । ସେହି ଠାରୁ ରାଜସ୍ୱ ନିରୀକ୍ଷକଙ୍କୁ ଫୋନ ମଧ୍ୟରେ ଜଣେଇବାରୁ ସେ ମୁ ଯାଇ ତଦନ୍ତ କରିବି ତଦନ୍ତ କରିବା ପାରିବା ପରେ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.