ରାୟଗଡ଼ାରେ ଉକ୍ରଳ ଆଲୁମିନାର ସମ୍ପ୍ରସାରଣ : ଓଡ଼ିଶା ଶିଳ୍ପାୟନରେ ଆଦିତ୍ୟ ବିର୍ଲାର ଭୂମିକା ଗୁରୁତ୍ୱପୂର୍ଣ

67

-ସମ୍ପ୍ରସାରଣ ପାଇଁ ୧୫ଶହ କୋଟି ପୁଞ୍ଜିନିବେଶ
-କୋଭିଡ୍ ସମୟରେ ୫୦୦ ଲୋକଙ୍କୁ ନିଯୁକ୍ତି
-ଉତ୍ପାଦନ କ୍ଷମତା ୨ ମେଟ୍ରିକ୍ ଟନ୍ ବଢ଼ିଲା

ଭୁବନେଶ୍ୱର/ରାୟଗଡ଼ା : ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡ଼ା କାଶୀପୁରସ୍ଥିତ ଉକ୍ରଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଆଦିତ୍ୟ ବିର୍ଲା ଗ୍ରୁପ ୧୫୦୦ କୋଟି ଟଙ୍କା ନିବେଶ କରିଛି । ସମ୍ପ୍ରସାରଣ ପରେ ବାର୍ଷିକ ଆଲୁମିନା ଉତ୍ପାଦନ ୦.୫ ମେଟ୍ରିକ୍ ଟନରୁ ୨ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି । ଏହି ନୂଆ ୟୁନିଟ୍ ରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପରେ ୧୨ ହଜାରରୁ ଅଧିକ ଲୋକ କାମ କରୁଛନ୍ତି । କରୋନା କାଳରେ ସମ୍ପ୍ରସାରିତ ୟୁନିଟକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି ।

ମହାମାରୀ ପ୍ରଭାବରୁ ଅର୍ଥନୀତି ମୁକ୍ତ ହୋଇ ଅଭିବୃଦ୍ଧି ଆଡ଼କୁ ବଢ଼ୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମେଟାଲ୍, ମାଇନିଂ, ସିମେଣ୍ଟ, ଆର୍ଥିକ ସେବା, ଫ୍ୟାସନ ଓ ରିଟେଲ ଶିଳ୍ପ କ୍ଷେତ୍ରରେ ଆଦିତ୍ୟ ବିର୍ଲା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଜୀବିକା କ୍ଷେତ୍ରରେ ମଧ୍ୟ ଆଦିତ୍ୟ ବିର୍ଲା ଗ୍ରୁପର ଅଂଶଗ୍ରହଣ ରହିଛି । ଆୟୋଜିତ ଭର୍ଚ୍ଚୁଆଲ୍ କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଆଦିତ୍ୟ ବିର୍ଲା ଗ୍ରୁପ ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଓ ହିଣ୍ଡାଲକୋ ଏମ୍ଡି ସତୀଶ ପାଇ ଯୋଗ ଦେଇଥିଲେ ।

Comments are closed.